ତେଜିଲା କନ୍ଦଳ, ସଂସଦୀୟ ଅଧ୍ୟକ୍ଷ ପଦରୁ ଓଲି ବିଦା

0 56

କାଠମାଣ୍ଡୁ, ୨୩ ।୧୨: ନେପାଳର ବିଦାୟୀ ପ୍ରଧାନମନ୍ତ୍ରୀ ତଥା ନେପାଳ କମ୍ୟୁନିଷ୍ଟ ପାର୍ଟିର ସଂସଦୀୟ ନେତା ପଦରୁ ବିଦା ହୋଇଛନ୍ତି କେ.ପି ଶର୍ମା ଓଲି । ତାଙ୍କ ସ୍ଥାନରେ ନେପାଳ କମ୍ୟୁନିଷ୍ଟ ପାର୍ଟିର ସଂସଦୀୟ ନେତା ହୋଇଛନ୍ତି ପୁଷ୍ପକ କମଲ ଦହଲ “ପ୍ରଚଣ୍ଡ’ । ଦଳ ବିରୋଧରେ ଯିବା କାରଣରୁ ଓଲିଙ୍କୁ ଦଳର ସଂସଦୀୟ କମିଟିର ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି । ଚାଇନା ସମର୍ଥନରେ ଆସି ଭାରତ ବିରୋଧୀ କାର୍ଯ୍ୟରେ ସାମିଲ୍ ଥିଲେ ଓଲି । ଏହାପରେ ନେପାଳ କମ୍ୟୁନିଷ୍ଟ ପାର୍ଟିରେ ଆଭ୍ୟନ୍ତରୀଣ କନ୍ଦଳ ଦେଖାଯାଇଥିଲା । ରବିବାର କେପି ଶର୍ମା ସଂସଦ ଭାଙ୍ଗି କରିବାକୁ ପରାମର୍ଶ ଦେଇଥିଲେ । ଯାହାକୁ ରାଷ୍ଟ୍ରପତି ବିଦ୍ୟା ଭଣ୍ଡାରୀ ଅନୁମୋଦନ ଦେଇଥିଲେ । ଏହାପରେ ଏପ୍ରିଲ-ମେ’ ମାସରେ ନିର୍ବାଚନ ହେବ ବୋଲି ଘୋଷଣା ହୋଇଛି । ବୁଧବାର ଅପରାହ୍ନରେ ଓଲି ଏବଂ ଦହଲଙ୍କ ଦଳ ମଧ୍ୟରେ ଏକ ବୈଠକ ହୋଇଥିଲା ଯେଉଁଥିରେ ପୁଷ୍ପ କମଲ ଦହଲ “ପ୍ରଚଣ୍ଡ’ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି । ଏହାପୂର୍ବରୁ ମଙ୍ଗଳବାର କେନ୍ଦ୍ରୀୟ କମିଟି ବୈଠକ ପରେ ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନସିପି)ର ଅଧ୍ୟକ୍ଷ ପଦରୁ ଓଲିଙ୍କୁ ହଟାଇବାକୁ ଘୋଷଣା କରିଥିଲା । ସୂଚନାଯୋଗ୍ୟ, ନେପାଳ ନିକଟରେ ଏକ ନୂଆ ମାନଚିତ୍ର ପ୍ରକାଶ କରିଥିଲା । ଭାରତର କିଛି ଅଂଶକୁ ଜୋର ଜବରଦସ୍ତି ନିଜର ବୋଲି ଦାବି କରିଛି ନେପାଳ । ଚାଇନା ସମର୍ଥନରେ ନେପାଳ ତା’ର ସଂଶୋଧିତ ମ୍ୟାପ୍କୁ ସଂସଦରେ ପାସ୍ କରାଇଥିଲା । ଏଥିରେ ଭାରତର ଲିପୁଲେଖ, ଲିମପିୟାଧୁରା ଓ କଲାପାନୀକୁ ନେପାଳ ନିଜର ବୋଲି ଦର୍ଶାଇଛି । ସେହି ଦିନଠାରୁ କେ.ପି ଶର୍ମା ଓଲି ଦଳରୁ ସମାଲୋଚିତ ହୋଇ ଆସୁଥିଲେ ।

Leave A Reply

Your email address will not be published.