ଋଣ ନେବାବେଳେ ସାବଧାନ

0 83

ଡିଜିଟାଲ ମାଧ୍ୟମରେ କିମ୍ବା ମୋବାଇଲ୍ ଆପ୍ ଜରିଆରେ ଶୀଘ୍ର ଓ ଅତି ସହଜରେ ଋଣ ଦେଉଥିବା ସଂସ୍ଥାମାନଙ୍କ ପ୍ରତି ସାବଧାନ ରହିବାକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ଅଭାବ ଓ ଅସୁବିଧାରୁ ମୁକୁଳିବା ଲାଗି ଏଭଳି ଆପ୍ ଗୁଡ଼ିକର ପ୍ରଲୋଭନର ଶିକାର ହେଉଛନ୍ତି ଗ୍ରାହକ । ସେମାନେ ଋଣ ଜାଲରେ ଏକପ୍ରକାର ଛନ୍ଦି ହୋଇ ସେଥ୍ରିୁ ମୁକୁଳିବାର ବାଟ ପାଉନାହାନ୍ତି । ଏପରିକି ବାଧ୍ୟ ହୋଇ କେତେକ ଆତ୍ମହତ୍ୟାର ବାଟ ବାଛିନେଉଥିବା ଦେଖାଯାଉଛି । ଏହାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ପକ୍ଷରୁ କେତେକ ପରାମର୍ଶ ଦିଆଯାଇଛି । ପ୍ରଥମେ ଏହି ସଂସ୍ଥା ଦ୍ୱାରା ବିଭିନ୍ନ ପ୍ରଲୋଭନ ଦେଖାଯାଉଛି । ଯେଉଁ ଗ୍ରାହକମାନେ ଋଣ ସୁଝିବାର ସାମାନ୍ୟ ତ୍ରୁଟି କରୁଛନ୍ତି ସେମାନଙ୍କୁ ବିଭିନ୍ନ ପ୍ରକାର ହଇରାଣ ହରକତ କରାଯିବା ସହିତ ସେମାନଙ୍କ ଫଟୋକୁ ସାର୍ବଜନୀନ କରି ଠକ ବୋଲି ଅଭିହିତ କରାଯାଉଛି । ଏହି ସଂସ୍ଥାଗୁଡ଼ିକ ଗ୍ରାହକଙ୍କ ଠାରୁ ଅତ୍ୟଧିକ ସୁଧ ଆଦାୟ କରିବା ସହିତ ବିଭିନ୍ନ ଅସାଧୁ ଉପାୟ ଅବଲମ୍ବନ କରୁଛନ୍ତି । ଯାହା ଏବେ ସମସ୍ତଙ୍କ ଦୃଷ୍ଟିଗୋଚର ହେବା ପରେ ଚିନ୍ତା ବଢ଼ିଯାଇଛି । ତକ୍ରାଳ ଋଣ ଦେବାର ପ୍ରଲୋଭନ ଦେଖାଉଥିବା ଏହି ଆପ୍ ଗୁଡ଼ିକ ବଡ଼ ଦୁର୍ନୀତିର ଗନ୍ତାଘର ପାଲଟିଛି । ଏହି ମାମଲା ସହ ଜଡ଼ିତ ୧୯ଜଣଙ୍କୁ ସାଇବରାବାଦ୍ ଓ ହାଇଦ୍ରାବାଦ୍ ପୋଲିସ ଗିରଫ କରିଛି । ପୋଲିସର କହିବାନୁଯାୟୀ ତୁରନ୍ତ ଋଣ ଚାହୁଁଥିବା ଗ୍ରାହକମାନେ ପ୍ରଥମେ ଋଣ ଏଗ୍ରିମେଣ୍ଟର ଆପ୍ ଡାଉନ୍ଲୋଡ୍ କରୁଛନ୍ତି । ଏହା ସେମାନଙ୍କୁ ଆଉ ଏକପ୍ରକାର ଆପ୍ ପର୍ଯ୍ୟନ୍ତ ନେଇଯାଉଛି । ଯେଉଁଥିରେ ଗ୍ରାହକମାନେ ଋଣ ପାଇବା ଲାଗି ନିଜର ଆଧାର, ପାନ୍ ଏବଂ ସେଲ୍ଫି ଜରିଆରେ ଫଟୋ ଦେଉଛନ୍ତି । ଗ୍ରାହକଙ୍କ ଫଟୋ ଗ୍ୟାଲେରୀ ଏବଂ କଣ୍ଟାକ୍ଟ ଲିଷ୍ଟ ପର୍ଯ୍ୟନ୍ତ ପହଞ୍ôଚବାରେ ଏହି ଆପ୍ ଗୁଡ଼ିକ ଗ୍ରାହକଙ୍କର ଅନୁମତି ମାଗୁଛନ୍ତି । କେତେକ ଗ୍ରାହକଙ୍କୁ ସଂସ୍ଥା ପକ୍ଷରୁ ତୁରନ୍ତ ଋଣ ପ୍ରଦାନ କରାଯାଉଥିବାବେଳେ ୭ଦିନରେ ସୁଝିବା ପାଇଁ କୁହାଯାଇଥାଏ । ଯେହେତୁ ଗ୍ରାହକଜଣକ ନିଜ ଆଡ଼ୁ ସବୁ ତଥ୍ୟ ଦେବା ଲାଗି ଅନୁମତି ଦେଇଥାନ୍ତି ତେଣୁ ଆଇନଗତ ପ୍ରକ୍ରିୟାରେ ଏହି ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଷ୍ଟକର ହୋଇପଡ଼ୁଛି । ତେଣୁ ଏଥିପ୍ରତି ସାବଧାନ ରହିବାକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସାଧାରଣ ଜନତା ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ପରାମର୍ଶ ଦିଆଯାଇଛି । ଏଭଳି ଅଣସ୍ୱୀକୃତିପ୍ରାପ୍ତ ସଂସ୍ଥା ଗୁଡ଼ିକର ସଂସ୍ଥା ଏବେ ବହୁତ ବଢ଼ିଯାଇଛି । ଏଭଳି ସଂସ୍ଥାର ପ୍ରତିଶ୍ରୁତିରେ ଭାସିନଯିବାକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସତର୍କ କରାଯାଇଛି । ଅନ୍ଲାଇନ୍ରେ ଋଣ ଯୋଗାଉଥିବା ସଂସ୍ଥାଗୁଡ଼ିକ କେତେ ବିଶ୍ୱସ୍ତଯୋଗ୍ୟ ତାହା ପ୍ରଥମେ ଯାଞ୍ଚ କରିବା ଲାଗି ପରାମର୍ଶ ଦିଆଯାଉଛି । କୌଣସି ଅଚିହ୍ନା ବ୍ୟକ୍ତି ଯାଞ୍ଚ ହୋଇନଥିବା କିମ୍ବା ଅଣସ୍ୱୀକୃତିପ୍ରାପ୍ତ ମୋବାଇଲ୍ ଆପ୍କୁ ନିଜର କାଗଜପତ୍ର ନଦେବାକୁ ପରାମର୍ଶ ଦିଆଯାଇଛି । କେବଳ ରିଜର୍ଭ ବ୍ୟାଙ୍କ ସହ ପଞ୍ଜିକୃତ ଥିବା ସଂସ୍ଥାଠାରୁ ଋଣ ନେବା ପାଇଁ ଗ୍ରାହକମାନଙ୍କୁ ସତର୍କ କରାଯାଇଛି ।

Leave A Reply

Your email address will not be published.