ପ୍ରବଳ ଶୀତ, ଅସ୍ତବ୍ୟସ୍ତ ଜନଜୀବନ

0 72

ନୂଆଦିଲ୍ଲୀ, ୨୬ ।୧୨: ରାଜଧାନୀ ଦିଲ୍ଲୀରେ ଶୀତର ପ୍ରକୋପ ଜାରି ରହିଛି । ପ୍ରବଳ ଥଣ୍ଡାରେ ଦିଲ୍ଲୀବାସୀଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ଲୋକ ମାନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ନିଆଁ ପୁଉଁଥିବାର ଦେଖିବାକୁ ମିଳିଛି । ଗତ ଚାରି ଦିନ ଧରି ସର୍ବନିମ୍ନ ତାପମାତ୍ରା ପାଞ୍ଚ ଡିଗ୍ରୀ ସେଲସିୟସ ତଳେ ରହୁଥିବାବେଳେ ରାତିର ତାପମାତ୍ରା ୨ରୁ ୩ଡିଗ୍ରୀ ଯାଏ ହ୍ରାସ ପାଉଛି । ରାଜ୍ୟରେ ଘନ କୁହୁଡ଼ି ହେଉଥିବାରୁ ଯାତାୟତରେ ବି ବାଧା ଉପୁଜୁଛି । କେବଳ ଦିଲ୍ଲୀ ନୁହେଁ ପଞ୍ଜାବର ଅଧିକାଂଶ ଅଞ୍ଚଳରେ ମଧ୍ୟ ଗତ ୩ ଚାରି ଦିନ ହେଲା ଘନ କୁହୁଡ଼ି ଦେଖିବାକୁ ମିଳୁଛି । ମଧ୍ୟ ଭାରତ ପାଣିପାଗ ବିଭାଗର ଆଞ୍ଚଳିକ ପୂର୍ବାନୁମାନ କେନ୍ଦ୍ରର ମୁଖ୍ୟ କୁଲଦୀପ ଶ୍ରୀବାସ୍ତବ କହିଛନ୍ତି ଯେ ହିମାଚଳର ଉପର ମୁଣ୍ଡରେ ପାଣିପାଗରେ ପରିବର୍ତ୍ତନ ହେଉଥିବା ଯୋଗୁ ରବିବାର ଏବଂ ସୋମବାରରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇପାରେ । ସେ କହିଛନ୍ତି ଯେ ଏହି ସମୟ ମଧ୍ୟରେ ମଧ୍ୟମ କୁହୁଡ଼ି ହେବାର ସମ୍ଭାବନା ରହିଛି । ତେବେ ଡିସେମ୍ବର ୨୯ ପରେ ପୁଣି ଶୀତର ଲହଢ଼ି ଫେରି ଆସିବ ବୋଲି ସେ କହିଛନ୍ତି

Leave A Reply

Your email address will not be published.