୨୦୩୦ ବେଳକୁ ଅର୍ଥନୀତିରେ ଆମେରିକା ପଛକୁ ରହିବ ଭାରତ !

0 75

ନୂଆଦିଲ୍ଲୀ, ୨୬ ।୧୨: କରୋନା ମହାମାରୀ ଯୋଗୁଁ ଭାରତର ଅର୍ଥନୀତି ଖରାପ ରହିଛି । ହେଲେ ଆଗକୁ ଭାରତର ଅର୍ଥନୀତି ସୁଧୁରିବ । ୨୦୨୫ ସୁଦ୍ଧା ଭାରତ ବ୍ରିଟେନକୁ ଅତିକ୍ରମ କରି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିକ ଦେଶ ହେବ ଏବଂ ୨୦୩୦ ବେଳକୁ ତୃତୀୟ ସ୍ଥାନରେ ପହଞ୍ଚିବ ଭାରତ । ୨୦୧୯ରେ ଭାରତ ବ୍ରିଟେନକୁ ପଛରେ ପକାଇ ପଞ୍ଚମ ସ୍ଥାନକୁ ଉତ୍ତୀତ ହୋଇଥିଲା । ଏବେ କିନ୍ତୁ କରୋନା ମହାମାରୀ ଯୋଗୁଁ ଷଷ୍ଠ ସ୍ଥାନରେ ରହିଛି ଭାରତ । ବ୍ରିଟେନର ସେଣ୍ଟର ଫର୍ ଇକୋନୋମିକ୍ସ ଆଣ୍ଡ ବିଜ୍ନେସ୍ ରିସର୍ଚ୍ଚ ନାମକ ସଂସ୍ଥା ଭାରତର ଅର୍ଥନୀତିକୁ ନେଇ ଏଭଳି ଗୋଲାପୀ ଚିତ୍ର ଦେଖାଇଛି । ବ୍ରିଟେନ ୨୦୨୪ ପର୍ଯ୍ୟନ୍ତ ଆଗରେ ରହିବ ଏବଂ ଏହା ପରେ ଭାରତ ଆଗଇଯିବ । ଟଙ୍କା ଦୁର୍ବଳ ହେବାରୁ ବ୍ରିଟେନ ୨୦୨୦ରେ ଭାରତଠାରୁ ଆଗକୁ ଯାଇଛି । ଭାରତ ୨୦୨୫ରେ ବ୍ରିଟେନକୁ ୨୦୨୭ ରେ ଜର୍ମାନୀ ଏବଂ ୨୦୩୦ ରେ ଜାପାନକୁ ଅତିକ୍ରମ କରିବ । ୨୦୨୮ରେ ଚାଇନା କିନ୍ତୁ ଆମେରିକାର ଅର୍ଥନୀତିକୁ ଅତିକ୍ରମ କରି ବିଶ୍ୱର ବୃହତ୍ତମ ଅର୍ଥନୀତିକ ଦେଶ ହେବ ବୋଲି ସେଣ୍ଟର ଫର୍ ଇକୋନୋମିକ୍ସ ଆଣ୍ଡ ବିଜ୍ନେସ୍ ରିସର୍ଚ୍ଚ ଆକଳନ କରିଛି । ୨୦୨୧ରେ ଭାରତର ଅଭିବୃଦ୍ଧି ୯ ପ୍ରତିଶତ ଏବଂ ୨୦୨୨ରେ ୭ ପ୍ରତିଶତ ହେବ । ଭାରତର ଅର୍ଥନୀତିକ ଅଭିବୃଦ୍ଧି ବୃଦ୍ଧି ହେଉଛି ତେଣୁ ଆଗକୁ ଦେଶର ଅଭିବୃଦ୍ଧି ହାର ସ୍ଥିର ହୋଇଯିବ । ୨୦୩୫ ସୁଦ୍ଧା ଅଭିବୃଦ୍ଧି ହାର ୫.୮ ପ୍ରତିଶତକୁ ଆସିଯିବ । ସୂଚନାଯୋଗ୍ୟ, ୨୦୧୯ରେ ଦେଶର ଅଭିବୃଦ୍ଧି ହାର ୪.୨ ପ୍ରତିଶତ ଥିଲା, ଯାହାକି ଦଶ ବର୍ଷର ସର୍ବନିମ୍ନ ଅଭିବୃଦ୍ଧି ।

Leave A Reply

Your email address will not be published.