ଟିକା ନେଇ ସାଂଘାତିକ ଅସୁସ୍ଥ ହେଲେ ଡାକ୍ତର

0 72

ୱାଶିଂଟନ, ୨୬ ।୧୨: ମହାମାରୀ କରୋନାକୁ ମାତ ଦେବା ପାଇଁ ମଡର୍ଣ୍ଣା ପ୍ରସ୍ତୁତ କରିଥିବା କରୋନା ଟିକାକୁ ନେଇ ଖରାପ ଖବର ସାମ୍ନାକୁ ଆସିଛି । ମଡର୍ଣ୍ଣା ଟିକା ନେଇଥିବା ବୋଷ୍ଟନର ଜଣେ ଡାକ୍ତର ସାଂଘାତିକ ଆଲର୍ଜିର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି । ଏପରି କି ତାଙ୍କୁ ଟିକା ନେବା ପରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବୋଷ୍ଟନ ମେଡିକାଲ ସେଣ୍ଟରରେ କାର୍ଯ୍ୟ କରୁଥିବା ଡାକ୍ତର ହୁସେନ ସଦରଜାଦେ ନିକଟରେ ମଡର୍ଣ୍ଣା ଟିକା ନେଇଥିଲେ । ତେବେ ଟିକା ନେବା କ୍ଷଣି ତାଙ୍କ ଶରୀରରେ ପାଶ୍ୱର୍୍ୱପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ସେ ହାଲିଆ ଅନୁଭବ କରିବା ସହ ତାଙ୍କ ହାର୍ଟବିଟ୍ ବଢ଼ି ଯାଇଥିଲା । ଏଥିସହ ତାଙ୍କ ଶରୀରରେ କିଛି ଚିହ୍ନ ମଧ୍ୟ ଦେଖିବାକୁ ମିଳିଥିଲା । ବୋଷ୍ଟନ ମେଡିକାଲ ସେଣ୍ଟର ପକ୍ଷରୁ କୁହାଯାଇଛି ଟିକା ନେବା ପରେ ଡାକ୍ତର ହୁସେନଙ୍କ ଶରୀରରେ ଆଲର୍ଜି ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ତାଙ୍କୁ ତୁରନ୍ତ ଜରୁରୀ କାଳୀନ ବିଭାଗରେ ଭର୍ତ୍ତି କରି ଚିକିତ୍ସା ଯୋଗାଇ ଦିଆଯାଇଥିଲା । ଚିକିତ୍ସା ପରେ ସେ ସୁସ୍ଥ ଅନୁଭବ କରିବାକୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଆମେରିକାର ମଡର୍ଣ୍ଣା ସହ ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକାକୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଲୋକଙ୍କୁ ଦିଆଯାଉଛି । ମଡର୍ଣ୍ଣା ପୂର୍ବରୁ ଫାଇଜର ଟିକା ନେଇ ୫ ଜଣ ଲୋକ ଅସୁସ୍ଥ ହୋଇଥିବା ଜଣାପଡ଼ିଥିଲା ।

Leave A Reply

Your email address will not be published.