ଜେଡିୟୁର ଉତ୍ତରାଧିକାରୀ ହେଲେ ରାମଚନ୍ଦ୍ର ପ୍ରସାଦ ସିଂ

0 67

ପାଟଣା,୨୭ ।୧୨ : ଶାସକ ଦଳ ଜେଡିୟୁରେ ବଡ଼ ପରିବର୍ତ୍ତନ । ଦଳର ସୁପ୍ରିମୋ ପଦ ଛାଡ଼ିବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏହି ଘୋଷଣା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁର ରାଷ୍ଟ୍ରୀୟ ସଭାପତି ନୀତୀଶ କୁମାର । ନୀତୀଶ କୁମାରଙ୍କ ସ୍ଥାନରେ ରାମଚନ୍ଦ୍ର ପ୍ରସାଦ ସିଂ ଦଳର ନୂଆ ରାଷ୍ଟ୍ରୀୟ ସଭାପତି ହେବେ ବୋଲି ନିଷ୍ପତ୍ତି ହୋଇଛି । ନୀତୀଶ କୁମାର ନିଜେ ଏହି ପ୍ରସ୍ତାବ ଦେଇଛନ୍ତି । କାର୍ଯ୍ୟନିର୍ବାହୀ କମିଟିର ସମସ୍ତ ସଦସ୍ୟ ମଧ୍ୟ ଏହାକୁ ସ୍ୱାଗତ କରିଛନ୍ତି ।ତେବେ ରାମଚନ୍ଦ୍ର ୨୦୨୨ ପରେ ଦଳର ସଭାପତି ହେବେ ବୋଲି ସୂଚନା ରହିଛି । ତେବେ ଆଗୁଆ ଆରସିପି ସିଂଙ୍କ ନାମ ନୀତୀଶ କାହିଁକି ଘୋଷଣା କଲେ ଏହାକୁ ନେଇ ଆରମ୍ଭ ହୋଇଛି ଟୁପୁର ଟାପୁର । ବୈଠକରେ ଆରଏସପି ସିଂଙ୍କ ନାମ ଘୋଷଣା କରିବା ବେଳେ ନୀତୀଶ କହିଛନ୍ତି ଯେ ଏକା ସାଙ୍ଗରେ ଦୁଇଟି ପଦବୀରେ ରହି କାମ କରିବା କଷ୍ଟକର । ତେଣୁ ଆରଏସପି ସିଂଙ୍କ ନାମ ସେ ଘୋଷଣା କରିଛନ୍ତି । “ଆସନ୍ତା ୪-୫ ମାସରେ ବିଜେପି ନେତା ମୁଖ୍ୟମନ୍ତ୍ରୀ ବାସଭବନରେ ରହିବେ’ଶ୍ରୀ ସିଂ ନୀତୀଶ କୁମାରଙ୍କ ସହ ବର୍ଷ ବର୍ଷ ଧରି କାମ କରୁଛନ୍ତି । ନୀତୀଶ ରେଳ ମନ୍ତ୍ରୀ ଥିବାବେଳେ ଆରସିିପି ସିଂ ତାଙ୍କର ବ୍ୟକ୍ତିଗତ ସଚିବ ଥିଲେ । ୨୦୦୫ରେ ନୀତୀଶ ମୁଖ୍ୟମନ୍ତ୍ରୀ ହେବାପରେ ଆରସିପି ମୁଖ୍ୟ ସଚିବ ଥିଲେ । ତେବେ ରାଜନୀତିକ ସମୀକ୍ଷାକମାନେ ଏହାକୁ ଅନ୍ୟ ଅର୍ଥରେ ଦେଖିଛନ୍ତି । ଅରୁଣାଚଳ ପ୍ରଦେଶରେ ଯେଭଳି ଜେଡିୟୁ ବିଧାୟକ ବିଜେପିରେ ମିଶିଲେ ସେମିତି ବିହାରରେ ମଧ୍ୟ ହୋଇପାରେ । ଯଦି ଏମିତି ହେବ ସମସ୍ତ ଦୋଷ ନୀତୀଶଙ୍କ ଉପରେ ରହିବ । ତେଣୁ ଆଗୁଆ ସଭାପତି ନାଁ ଘୋଷଣା କରି ନିଜ ମୁଣ୍ଡ ଉପରୁ ବୋଝ ଓହ୍ଲାଇବାକୁ ନୀତୀଶ ଚେଷ୍ଟା କରିଛନ୍ତି । ଅନ୍ୟପଟେ ନୀତୀଶ କେବେ ଦଳର ରାଷ୍ଟ୍ରୀୟ ସଭାପତି ପଦ ଛାଡ଼ିବେ ସେ ନେଇ ସ୍ପଷ୍ଟ କରି ନାହାନ୍ତି ଯାହାକି ଆଉ ଏକ ସସପେନ୍ସ । ସୂଚନାଯୋଗ୍ୟ, ବିହାରରେ ବିଜେପି ଓ ଜେଡିୟୁ ଓ ଅନ୍ୟାନ୍ୟ ଦଳ ମେଣ୍ଟ କରି ସରକାର ଗଢ଼ିଛନ୍ତି ।

Leave A Reply

Your email address will not be published.