୧୫୦୦ରୁ ଅଧିକ ମୋବାଇଲ ଟାୱାର ଭଙ୍ଗାରୁଜା କଲେ କୃଷକ ସଙ୍ଗଠନ

0 80

ଚଣ୍ଡିଗଡ,୨୯ ।୧୨: କୃଷକ ଆନ୍ଦୋଳନ ଧିରେଧିରେ ଉଗ୍ରରୂପ ଧାରଣ କରିବାରେ ଲାଗିଲାଣି । ପଞ୍ଜାବରେ କୃଷକଙ୍କ ଆକ୍ରୋଶର ଶିକାର ହୋଇଛି ମୋବାଇଲ ଟାୱାର । ରିପୋର୍ଟ ଅନୁସାରେ, ରାଜ୍ୟରେ ଥିବା ୧୫୦୦ରୁ ଅଧିକ ମୋବାଇଲ ଟାୱାରକୁ କୃଷକମାନେ ଭାଙ୍ଗିରୁଜି ଦେଇଛନ୍ତି । ଅନେକ ଟାୱାରର ବିଦ୍ୟୁତ ସରବରାହ ବିଛିନ୍ନ ହୋଇଛି । ଆଉ କିଛି ସ୍ଥାନରେ ତାରକୁ ମଧ୍ୟ ପୋଡି ଦିଆଯାଇଛି । ଅଭିଯୋଗ ହେଉଛି ଯେ, ନୂଆ କୃଷି ଆଇନକୁ ବିରୋଧ କରୁଥିବା ଅନ୍ନଦାତା ଓ ତାଙ୍କର ସହଯୋଗୀ ସଙ୍ଗଠନ ମୋବାଇଲ ଟାୱାରକୁ କ୍ଷତି ପହଁଚାଇଛନ୍ତି । ଏହାପୂର୍ବରୁ କୃଷକମାନେ ପେଟ୍ରୋଲ ଟାଙ୍କି, ରିଲାଏନ୍ସ ରିଟେଲରେ ମଧ୍ୟ ଭଙ୍ଗାରୁଜା କରିଥିଲେ । ଗତ କିଛିଦିନ ଧରି ପଞ୍ଜାବରେ ମୋବାଇଲ ଟାୱାରରୁ ପାୱାର କାଟିବା ଓ ତାର ପୋଡି ଦେବା ଘଟଣା ସାମ୍ନାକୁ ଆସୁଛି । କୃଷକମାନେ ଭାବୁଛନ୍ତି ଯେ ନୂଆ କୃଷି ଆଇନ ମୁକେଶ ଅମ୍ବାନୀ, ଗୌତମ ଅଦାନୀଙ୍କ ଭଳି ଉଦ୍ୟୋଗପତିଙ୍କୁ ଫାଇଦା ଦେବ । ତେଣୁ କୃଷକମାନେ ଏପରି କରି ନିଜର ଅସନ୍ତୋଷ ଜାହିର କରୁଛନ୍ତି । ଆହୁରି ମଧ୍ୟ ଦେଖିବାକୁ ମିଳିଛି ଯେ, କୃଷକମାନେ ମୋବାଇଲ ଟାୱାରରେ ଲାଗିଥିବା ଜେନେରଟରକୁ ମଧ୍ୟ ଲେଇ ଯାଇଛନ୍ତି । ଏପରିକି ମୋବାଇଲ ଟାୱାର ଜଗୁଥିବା କିଛି କର୍ମଚାରୀଙ୍କୁ ମଧ୍ୟ ଧମକଚମକ ଦିଆଯାଉଥିବା ମାମଲା ସାମ୍ନାକୁ ଆସୁଛି । ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ । ସେ କହିଛନ୍ତି ଯେ, ରାଜ୍ୟରେ ଅରାଜକତାକୁ ସ୍ଥାନ ଦିଆଯିବ ନାହିଁ । ରାଜ୍ୟରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ ବିରୋଧରେ ରୋକ୍ନାହିଁ । କିନ୍ତୁ ସମ୍ପତ୍ତିକୁ ନଷ୍ଟ କଲେ ଏହାକୁ ପ୍ରଶୟ ଦିଆଯିବ ନାହିଁ । ଏହାସହ ଏହା ବିରୋଧରେ ପୋଲିସକୁ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.