ରେଲୱେ ଟ୍ରାକରୁ ମିଳିଲା ଉପବାଚସ୍ପତିଙ୍କ ମୃତଦେହ

0 56

ବେଙ୍ଗାଲୁରୁ, ୨୯ ।୧୨: କର୍ଣ୍ଣାଟକ ବିଧାନ ପରିଷଦର ଉପବାଚସ୍ପତି ଏସଏଲ୍ ଧର୍ମେଗୌଡ଼ାଙ୍କ ମୃତଦେହ ରେଲୱେ ଟ୍ରାକରୁ ମିଳିଛି । ତାଙ୍କ ମୃତଦେହ ନିକଟରୁ ପୁଲିସ୍ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ । କିନ୍ତୁ ମୃତଦେହ ପାଖରୁ ସୁଇସାଇଡ୍ ନୋଟ ମିଳିବା ସ୍ପଷ୍ଟ କରୁଛି ଯେ ଧର୍ମେଗୌଡ଼ା ଆତ୍ମହତ୍ୟା କରିଛନ୍ତି । ଯଦି ସେ ଆତ୍ମହତ୍ୟା କରିଛନ୍ତି, ତାହେଲେ ଏହା ପଛର କାରଣ ଖୋଜୁଛି ପୁଲିସ୍ । ଗତକାଲି ବିଳମ୍ବିତ ରାତିରେ ଧର୍ମେଗୌଡ଼ା ଘରୁ କେଉଁଆଡ଼େ ପଳାଇଥିଲେ । ଯାହାକୁ ପରିବାର ଲୋକେ ବହୁତ ଚିନ୍ତାରେ ଥିଲେ । ତେବେ ରାତି ପ୍ରାୟ ୨ଟା ବେଳେ ତାଙ୍କର ମୃତଦେହ ରେଲୱେ ଟ୍ରାକ୍ରୁ ମିଳିଥିଲା । ଧର୍ମେଗୌଡ଼ାଙ୍କ ମୃତ୍ୟୁ ବିରୋଧୀ ଜେଡିଏସ୍ ପାଇଁ ଶକ୍ତ ଝଟ୍କା । ତାଙ୍କ ମୃତ୍ୟକୁ ନେଇ ଜେଡିଏସ୍ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ା ଶୋକ ପ୍ରକାଶ କରିଛନ୍ତି । ଧର୍ମେଗୌଡ଼ା ଜଣେ ଶାନ୍ତ ସ୍ୱଭାବର ବ୍ୟକ୍ତି ଥିଲେ ଓ ଦଳ ପ୍ରତି ନିଷ୍ଠାବାନ୍ ଥିଲେ ବୋଲି ଦେବେଗୌଡ଼ା କହିଛନ୍ତି । କିଛିଦିନ ପୂର୍ବରୁ କର୍ଣ୍ଣାଟକ ବିଧାନ ପରିଷଦରେ କଂଗ୍ରେସ ନେତାମାନେ ଧର୍ମେଗୌଡ଼ାଙ୍କ ସହ ଦୁର୍ବ୍ୟବହାର କରିଥିଲେ ଏବଂ ତାଙ୍କୁ ଚେୟାରରୁ ଘୋଷାଡ଼ି ବାହାର କରିଦେଇଥିଲେ । କଂଗ୍ରେସର ସଦସ୍ୟମାନେ ଅଭିଯୋଗ ଆଣିଥିଲେ ଯେ ଧର୍ମେଗୌଡ଼ା ବେଆଇନ ଭାବେ ଗୃହର ଅଧ୍ୟକ୍ଷତା କରିବାକୁ ପ୍ରୟାସ କରୁଥିଲେ । ଏତେ ତାଙ୍କର ମୃତ୍ୟୁ ପରେ କର୍ଣ୍ଣାଟକ ରାଜନୀତିରେ ବଡ଼ ଧରଣର ଝଡ଼ ଆସିବାର ସମ୍ଭାବନା ଦେଖା ଦେଇଛି । ତାଙ୍କର ସନ୍ଦେହଜନକ ମୃତ୍ୟୁ ପାଇଁ କଂଗ୍ରେସକୁ କାଠଗଡ଼ାରେ ଛିଡ଼ା କରାଯାଇପାରେ ।

Leave A Reply

Your email address will not be published.