ଲ୍ୟାଣ୍ଡମାଇନ ବିସ୍ପୋରଣରେ ଜଣେ ଯବାନ ଗୁରୁତର

0 69

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁରରେ ପୁଣି ଦେଖିବାକୁ ମିଳିଛି ନକ୍ସଲଙ୍କ ବର୍ବର କାଣ୍ଡ। ନକ୍ସଲଙ୍କ ସିରିଜ ଲ୍ୟାଣ୍ଡମାଇନ ବିସ୍ପୋରଣ ଯୋଗୁ ଜଣେ ଯବାନ ଗୁରୁତର ହୋଇଛନ୍ତି । ୩୦ରୁ ଊର୍ଦ୍ଧ୍ୱ ଯବାନ ବର୍ତ୍ତି ଯାଇଛନ୍ତି। ଗଙ୍ଗୁଲୁର ଗାଁ ନିକଟରେ ରାସ୍ତା ନିର୍ମାଣ କାର୍ଯ୍ୟକୁ ସୁରକ୍ଷା ଦେବା ପାଇଁ DRG ଯବାନ ଯାଇଥିଲେ। ଉକ୍ତ ସମୟରେ ନକ୍ସଲମାନେ ଖଞ୍ଜିଥିବା ସିରିଜ ବୋମା ବିସ୍ପୋରଣ ଘଟିଥିଲା।  ତେବେ ଅଳ୍ପକେ ବର୍ତିଯାଇଛନ୍ତି ଅପରେଶନ ରେ ନିୟୋଜିତ ଥିବା ୩୦ ଯବାନ। ଏହା ପରେ ଯବାନଙ୍କ ସର୍ଚ୍ଚ ଅପରେଶନ ବେଳେ କିଛି ସିରିଜ ବମ୍‌, ୧୦ କେଜିରୁ ଅଧିକ ବିସ୍ପୋରକ ଥିବା ସିରିଜ ବମ୍‌କୁ ଉଦ୍ଧାର କରି ନିଷ୍କ୍ରିୟ କରିଛନ୍ତି DRG ଯବାନ। ଏହି ଘଟଣା ପରେ ପୁଲିସ୍‌ ପକ୍ଷରୁ ଅପରେଶନକୁ ଜୋରଦାର କରାଯାଇଛି।

Leave A Reply

Your email address will not be published.