ଫିଲ୍ମ ନିର୍ମାତା କେ. ବାଲୁଙ୍କ ପରଲୋକ

0 71

ଚେନ୍ନାଇ: ନୂଆବର୍ଷର ପ୍ରଥମ ଦିନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ତାମିଲ୍ ଫିଲ୍ମ ନିର୍ମାତା କେ. ବାଲୁ । ତାମିଲନାଡୁର ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ବିୟୋଗ ହୋଇଛି । କେ. ବାଲୁ କରୋନାରେ ଆକ୍ରାନ୍ତ ହୋଇଥିଲେ ବୋଲି ଜଣାପଡ଼ିଛି । ବାଲୁଙ୍କ ବିୟୋଗରେ ଅନେକ ବ୍ୟକ୍ତି ବିଶେଷ ଶୋକପ୍ରକାଶ କରିଛନ୍ତି । କେ.ପି ଫିଲ୍ମ୍ସର ନିର୍ମାତା ହେଉଛନ୍ତି କେ. ବାଲୁ । ଗତକାଲି ରାତିରେ ତାଙ୍କର ବିୟୋଗ ହୋଇଥିଲା । ଆଜି ଦିନ ୧୧ଟା ୩୦ ସମୟରେ ଚେନ୍ନାଇ ସ୍ଥିତ ବେସନ୍ତ ନଗରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ସୂଚନା ରହିଛି । କେ.ପି ଫିଲ୍ମ୍ସର ବ୍ୟାନରରେ କେ. ବାଲୁ ମୋଟ୍ ୧୫ଟି ଫିଲ୍ମ ତିଆରି କରିଥିବା ସୂଚନା ରହିଛି ।

Leave A Reply

Your email address will not be published.