ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ନରେନ୍ଦ୍ର ମୋଦି: ସର୍ଭେ

0 72

ନ୍ୟୁୟର୍କ: ବର୍ଷ ୨୦୨୧ରେ ପାଦ ଥାପିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଡ଼ ସଫଳତା ମିଳିଛି । ସାରା ବିଶ୍ୱରେ ତାଙ୍କର ଲୋକପ୍ରିୟତା ଅନ୍ୟ ନେତାଙ୍କ ତୁଳନାରେ ଅଧିକ ରହିଛି । ମୁଖ୍ୟତଃ କରୋନା ମହାମାରୀ ବେଳେ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢ଼ିଛି । ଆମେରିକାର ମର୍ଣ୍ଣିଂ କନସଲଟ ନାମକ ଏକ ସର୍ଭେ ସଂସ୍ଥା ଏହି ଲୋକପ୍ରିୟତା ରିପୋର୍ଟ ପ୍ରକାଶ କରିଛି । ଯେଉଁଥିରେ ମୋଦିଙ୍କ ନେଟ୍ ରେଟିଂ ୫୫ ରହିଛି । ଏହି ମର୍ଣ୍ଣିଂ କନସଲଟ ବିଶ୍ୱର ୧୩ଟି ଦେଶରେ ସର୍ଭେ କରିଛି । ଅଷ୍ଟ୍ରେଲିଆ, ବ୍ରାଜିଲ୍, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଣ୍ଡିଆ, ଇଟାଲୀ, ଜାପାନ, ମେକ୍ସିକୋ, ସାଉଥ କୋରିଆ, ସ୍ପେନ୍, ୟୁକେ, ୟୁଏସଏରେ ସର୍ଭେ କରିଛି ମର୍ଣ୍ଣିଂ କନସଲଟ । ଏହି ୧୩ଟି ଦେଶରେ ନେତାଙ୍କ ପାରଦାର୍ଶିତା ଏବଂ ବିଭିନ୍ନ ପଦକ୍ଷେପକୁ ନେଇ ମର୍ଣ୍ଣିଂ କନସଲଟ ସର୍ଭେ କରିଥିଲା । ବିଭିନ୍ନ ଦେଶର ସାତ ଦିନ ମଧ୍ୟରେ ପ୍ରାପ୍ତ ବୟସ୍କଙ୍କୁ ନେଇ ଏହି ସର୍ଭେ କରିଛି ମର୍ଣ୍ଣିଂ କନସଲଟ । ଡିସେମ୍ବର ୨୨ରୁ ୨୯ ମଧ୍ୟରେ ଏହି ସର୍ଭେ ହୋଇଥିଲା । ମୋଦିଙ୍କୁ ୫୫ ରେଟିଂ ମିଳିଥିବା ବେଳେ ମେକ୍ସିକାନ୍ ପ୍ରଧାନମନ୍ତ୍ରୀ ଆଣ୍ଡ୍ରେସ୍ ମାନୁଏଲ୍ ଲୋପେଜ୍ ଓବ୍ରାଡୋର ୨୯ ପଏଣ୍ଟ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିଶନ୍ ୨୭ ପଏଣ୍ଟ ପାଇଛନ୍ତି । ସୂଚନାଯୋଗ୍ୟ, କରୋନା ମହାମାରୀ ବେଳେ ସଂକ୍ରମଣକୁ ରୋକିବା ନେଇ ମୋଦିଙ୍କ ନେତୃତ୍ୱରେ ବିଭିନ୍ନ ଦେଶର ନେତା ମିଶି ଏକ ବୈଠକ ହୋଇଥିଲା । ବିଭିନ୍ନ ଦେଶକୁ ଔଷଧ ପଠାଇ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ । ଯଦିଓ ନିଜ ଦେଶରେ ଲକଡାଉନ୍ ସଟଡାଉନ୍ ପାଇଁ ଦାଦନ ଶ୍ରମିକ ଅନେକ ହଇରାଣ ହୋଇଛନ୍ତି । ଯାହାକୁ ନେଇ ମୋଦି ବିରୋଧୀଙ୍କ ଦ୍ୱାରା ସମାଲୋଚିତ ହୋଇଥିଲେ । ତେବେ ଏହାପରେ ବି ଭାରତ ଭଳି ଜନବହୁଳ ଦେଶରେ କରୋନା ବେଳେ ନିଜ ନେତତ୍ୱ ପାଇଁ ସାରା ବିଶ୍ୱରେ ନିଜର ଚମକ ବଜାୟ ରଖିଛନ୍ତି ।

Leave A Reply

Your email address will not be published.