ଦେଶର ଅର୍ଥନୀତି ୯.୬ % ହ୍ରାସ ପାଇବ!

0 69

ଜେନେଭା, ୬ ।୧: ବିଶ୍ୱ ବ୍ୟାଙ୍କ ଗ୍ଲୋବାଲ ଇକୋନୋମିକ୍ ପ୍ରୋସପେକ୍ଟସ୍ ରିପୋର୍ଟ ପ୍ରକାଶ କରିଛି । ଯେଉଁଥିରେ ସମଗ୍ର ବିଶ୍ୱର ବିଭିନ୍ନ ଦେଶର ଅର୍ଥନୀତି ବାବଦରେ ଆକଳନ କରିଛି ବିଶ୍ୱ ବ୍ୟାଙ୍କ୍ । ଚଳିତ ଆର୍ଥିକ ବର୍ଷ (୨୦୨୧-୨୨)ରେ ଭାରତର ଅର୍ଥନୀତି ବାବଦରେ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି । ପରିବାର ସ୍ତରରେ ଖର୍ଚ୍ଚ କମିବା ଏବଂ ଘରୋଇ କ୍ଷେତ୍ରରେ ପୁଞ୍ଜିନିବେଶ କମିଛି ତେଣୁ ଦେଶର ଅର୍ଥନୀତି ୯.୬ ପ୍ରତିଶତ ହ୍ରାସ ପାଇବ ବୋଲି ଆକଳନ କରିଛି ବିଶ୍ୱ ବ୍ୟାଙ୍କ୍ । ହେଲେ ଆସନ୍ତାବର୍ଷ ବେଳକୁ ଏହାର ସୁଧାର ଆସିଯିବ ବୋଲି ବିଶ୍ୱବ୍ୟାଙ୍କ କହିଛି । ରିପୋର୍ଟରେ କୁହାଯାଇଛି ଯେ ଦେଶରେ କରୋନା ମହାମାରୀ ବେଳେ ଅର୍ଥନୀତି ପ୍ରଭାବିତ ହୋଇଥିଲା । ହେଲେ ଏବେ ଏହା ଦ୍ରୁତ ଗତିରେ ସୁଧୁରୁଛି । (କ୍ରୟ ମ୍ୟାନେର୍ଜ ଇଣ୍ଡେକ୍ସ) ଜିଏସଟି ଆଦାୟ, ଉତ୍ପାଦନ କ୍ଷେତ୍ରରେ ବୃଦ୍ଧି ହେଉଥିବା ଦେଖି ବିଶ୍ୱ ବ୍ୟାଙ୍କ ଏଭଳି ଆକଳନ କରିଛି । ବିଶ୍ୱବ୍ୟାଙ୍କ କହିଛି, ୨୦୨୧-୨୨ରେ ଭାରତର ଆର୍ଥିକ ଅଭିବୃଦ୍ଧି ହାର ସୁଧୁରିବ । ଅଭିବୃଦ୍ଧି ହାର ମାଇନସରୁ ୫.୪ ପ୍ରତିଶତ ହେବ ବୋଲି ଆଶା କରାଯାଉଛି । ୨୦୨୦ରେ ବିଶ୍ୱର ଅର୍ଥନୀତି ୪.୩ ପ୍ରତିଶତ ହ୍ରାସ ପାଇବ ବୋଲି ଜଣାପଡ଼ିଥିବା ବେଳେ ୨୦୨୧ରେ ବିଶ୍ୱର ୪ ପ୍ରତିଶତ ଅଭିବୃଦ୍ଧି ହେବ ବୋଲି ବିଶ୍ୱ ବ୍ୟାଙ୍କ ପୂର୍ବାନୁମାନ କରିଛି । ସେହିପରି ଦକ୍ଷିଣ ଏସିଆର ଆଉ ଏକ ପ୍ରମୁଖ ଦେଶ ପାକିସ୍ତାନର ଅଭିବୃଦ୍ଧି ହାର ୨୦୨୦-୨୧ରେ ୦.୫ ପ୍ରତିଶତ ରହିବ ବୋଲି ଆଶା କରାଯାଉଛି । ଦକ୍ଷିଣ ଏସିଆର ଅଭିବୃଦ୍ଧି ହାର ୩.୩ ପ୍ରତିଶତ ରହିବ ବୋଲି ବିଶ୍ୱ ବ୍ୟାଙ୍କ ଆକଳନ କରିଥିବା ବେଳେ ୨୦୨୨ରେ ଏହା ୩.୮ ପ୍ରତିଶତ ଅଭିବୃଦ୍ଧି ହେବ ବୋଲି ଆକଳନ କରାଯାଉଛି । ସେହିପରି ୨୦୨୦ରେ ବିଶ୍ୱ ଅର୍ଥନୀତି ୪.୩ ପ୍ରତିଶତ ହ୍ରାସ ପାଇବ ବୋଲି ଆକଳନ କରିଛି ବିଶ୍ୱ ବ୍ୟାଙ୍କ୍ ।

Leave A Reply

Your email address will not be published.