୨୫ ହଜାର ସ୍ୱେଚ୍ଛାସେବୀଙ୍କ ଠାରେ ପରୀକ୍ଷା ହେବ କୋଭାକ୍ସିନ

0 65

ନୂଆଦିଲ୍ଲୀ, ୭ ।୧: ଭରତ ବାୟୋଟେକ ଇଣ୍ଟରନ୍ୟାସନାଲ ଲିମିଟେଡ ଗୁରୁବାର ଦିନ ଏହାର ସ୍ୱଦେଶୀ ଉତ୍ପାଦିତ କୋଭିଡ୍-୧୯ ଟିକା “କୋଭାକ୍ସିନ’ର ପର୍ଯ୍ୟାୟ -୩ କ୍ଲିନିକାଲ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଛି । ଏଥିପାଇଁ ୨୫ ହଜାର ସ୍ୱେଚ୍ଛାସେବୀଙ୍କ ତାଲିକା ଚୂଡ଼ାନ୍ତ କରାଯାଇଛି । ଭାରତ ବାୟୋଟେକର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ସୁଚିତ୍ରା ଏଲା ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଟୀକା କାର୍ଯ୍ୟକ୍ରମରେ ସହାୟତା କରିଥିବା ମୁଖ୍ୟ ଅନୁସନ୍ଧାନକାରୀ ଦଳ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ଅବସରରେ ସେ ଭାରତର ପ୍ରଥମ ସ୍ୱଦେଶୀ ଟୀକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ସହଯୋଗ କରିବାକୁ ଆଗେଇ ଆସିଥିବା ସ୍ୱେଚ୍ଛାସେବୀମାନଙ୍କୁ ସେ ପ୍ରଶଂସା କରିଛନ୍ତି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆ)ର୍ – ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ସହଯୋଗରେ ଭାରତ ବାୟୋଟେକ୍ ଦ୍ୱାରା ଏହି ସ୍ୱଦେଶୀ ଟିକା ପ୍ରସ୍ତୁତ କରାଯାଇଛି । ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣରେ କୋଭାକ୍ସିନ୍କୁ ପ୍ରାୟ ୧୦୦୦ ପର୍ଯ୍ୟାୟ ମୂଲ୍ୟାଙ୍କନ କରାଯାଇଛି । ନିରାପତ୍ତା ଏବଂ ପ୍ରତିରୋପଣ ଫଳାଫଳ ସହିତ ଆନ୍ତର୍ଜାତୀୟ ସମୀକ୍ଷା କରାଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି ଯେ କୋଭାକ୍ସିନ୍ ହେଉଛି ସମ୍ପୂର୍ଣ୍ଣ ନିରାପଦ ଓ ସାର୍ସ ସିଓଭି-୨ ଟୀକା । ଏହାର ସୁରକ୍ଷର ଟ୍ରାକ ରେକର୍ଡ଼ ଅତି ଭଲ । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର “କୋଭିଶିଲ୍ଡ’ ଏବଂ ଭାରତ ବାୟୋଟେକ୍ ର “କୋଭାକ୍ସିନ୍’ର -୧୯ ଟିକାକୁ ଜାନୁଆରୀ ୩ ରେ ଡ୍ରଗ୍ କଣ୍ଟ୍ରୋର୍ଲ ଜେନେରାଲ୍ ଅଫ୍ ଇଣ୍ଡିଆ ଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ସୀମିତ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା । ଏହାପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ହର୍ଷବର୍ଦ୍ଧନ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି “କୋଭିଶିଲ୍ଡ’ ଏବଂ “କୋଭାକ୍ସିନ’ ଦେଶରେ ଉପଲବ୍ଧ ହେବାକୁ ଯାଉଛି ବୋଲି ସୂଚନା ଦେଇଥିଲେ ।

Leave A Reply

Your email address will not be published.