ବିଷାକ୍ତ ମଦ ନେଲା ୧୧ ଜୀବନ

0 71

ଭୋପାଳ, ୧୨ ।୧: ବିଷାକ୍ତ ମଦ ନେଲା ୧୧ ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ୭ ଜଣ । ମଧ୍ୟପ୍ରଦେଶ ମୋରେନା ଜିଲ୍ଲାର ସୁମୱାଲି ସେକ୍ଟରରୁ ଏହି ମଦ ମୃତ୍ୟୁ ଖବର ଆସିଛି । ବିଷାକ୍ତ ମଦ ପଇ ଗୁରୁତର ହୋଇପଡ଼ିଥିବା ୭ ମୋରେନା ଏବଂ ଗ୍ୱାଲିଅର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଏସପି ଅନୁରାଗ ସୁଜଇନା ସୂଚନା ଦେଇଛନ୍ତି । ପୁଲିସର ସୂଚନା ଅନୁୟାୟୀ ସ୍ଥାନୀୟ ମଦ ପିଇବା ପରେ ପ୍ରଥମେ ମୃତକମାନେ ରାତିରେ ବାନ୍ତି କରିଥିଲେ । ଏହାପରେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲ । ମୃତକମାନେ ମୋରେନାର ଦୁଇଟି ଅଲଗା ଅଲଗା ଗାଁର ଲୋକେ । ପହୱାଲି ଗାଁରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୋରେନାର ମନପୁର ଗ୍ରାମରେ ୭ ଜଣ ପ୍ରାଣ ହରାଇଛନ୍ତି । ଆଉ ୭ ଜଣଙ୍କୁ ମୋରେନାର ଏକ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ଅବସ୍ଥାରେ ଥିବା ଜଣେ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଗ୍ୱାଲିଅରକୁ ପଠାଯାଇଛି । ଡାକ୍ତରଖାନା ଯିବାବେଳେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୋରେନା ଡାକ୍ତରଖାନାରେ ଜଣଙ୍କର ମୃତ୍ୟୁ ଘଟିଛି । ପୁଲିସ କହିଛି ଯେ ଆମ୍ବୁଲାନ୍ସ ଯୋଗେ ଶବକୁ ନେବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିବା ବେଳେ ସମ୍ପର୍କୀୟମାନେ ମୃତଦେହକୁ ଟ୍ରାକ୍ଟରରେ ନେବାକୁ ଦାବି କରିଛନ୍ତି । ଗାଁ ଲୋକେ କହିଛନ୍ତି, ଏପରି ଘଟଣା ପୁରୁଣା । ମଦ ମୃତ୍ୟୁ ଖବର ପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ । ହେଲେ ଏହା ପୂର୍ବରୁ ପ୍ରଶାସନ କାହିଁକି ବିକ୍ରି ବନ୍ଦ କରିପାରୁନି ବୋଲି ପ୍ରଶ୍ନ କରିଛନ୍ତି । ଏହି ବିଷାକ୍ତ ମଦ ପଛରେ ଅବକାରୀ ଏବଂ ପୁଲିସ ଅଧିକାରୀ ଜଡ଼ିତ । ସୂଚନାଯୋଗ୍ୟ, ରବିବାର ତେଲେଙ୍ଗାନାର ବିକାରାବାଦରେ ତାଡି ପିଇ ୧୪୩ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

Leave A Reply

Your email address will not be published.