ଏଲଏସିରେ ସ୍ଥିତି ଏବେ ବି ଉଦବେଗଜନକ

0 84

ନୂଆଦିଲ୍ଲୀ, ୧୨ ।୧: ପୂର୍ବ ଲଦାଖରେ ଭାରତ-ଚାଇନା ସୀମା ବିବାଦ ଜାରି ରହିଛି । ଏହାରି ଭିତରେ ଭାରତୀୟ ସେନା ମୁଖ୍ୟ ଜେନେରାଲ୍ ମନୋଜ ମୁକୁନ୍ଦ ନରଭାଣେ ପ୍ରେସ କନଫରେନସ କରି ଦୁଇ ପଡ଼ୋଶୀ ବାବଦରେ କହିଛନ୍ତି । ସୀମାରେ ସ୍ଥିତି ଯାହା ରହୁ ନା କାହିଁକି ଭାରତୀୟ ଯବାନ ରହିଛନ୍ତି ଆଉ ରହିବେ ମଧ୍ୟ । ଏଥିସହ ପାକିସ୍ତାନ ଏବଂ ଚାଇନାକୁ ଚେତାବନୀ ଦେଇଛନ୍ତି ନରଭାଣେ । ସେ କହିଛନ୍ତି ଯେ ଚାଇନା ସହିତ ଭାରତର କମାଣ୍ଡର ସ୍ତରୀୟ ଆଲୋଚନା ୮ ଥର ହୋଇଛି । ନବମ ପର୍ଯ୍ୟାୟ ଆଲୋଚନାକୁ ଅପେକ୍ଷା କରୁଛୁ । ଖୁବଶୀଘ୍ର ସମାଧାନର ବାଟ ବାହାରିବ ବୋଲି ସେ ଆଶା କରିଛନ୍ତି । ନରଭାଣେ କହିଛନ୍ତି ଲଦାଖରେ ସ୍ଥିତି ସୁଧୁରିନି । ଅର୍ଥାତ୍ ଦୁଇ ଦେଶର ସେନା ସୀମାରେ ମୁତୟନ ଅଛନ୍ତି । ଶୀତ ହେଉ କି ଖରା ଦେଶର ଯବାନ ମୁକାବିଲା ପାଇଁ ପ୍ରସ୍ତୁତ । ବୁଝାମଣା ଜରିଆରେ ବାଟ ଖୋଜିବା ପାଇଁ ପ୍ରୟାସ ହେଉଛି । ଉଭୟ ଦେଶ ପରସ୍ପରର ସୁରକ୍ଷା ଏବଂ ନିରାପଦାକୁ ଆଗରେ ରଖି ସମାଧାନ କରିବେ । ସେହିପରି ପାକିସ୍ତାନ ବାବଦରେ ଜେନେରାଲ ନରଭାଣେ କହିଛନ୍ତି ଯେ ପାକିସ୍ତାନ ଆତଙ୍କବାଦକୁ ସରକାରୀ ନୀତି ଭାବରେ ବ୍ୟବହାର କରୁଛି । କୌଣସି ପରିସ୍ଥିତିର ସମ୍ମୁଖୀନ ହେବାକୁ ଆମେ ପ୍ରସ୍ତୁତ । ଶୀତରୁ ରକ୍ଷା ପାଇବା ପାଇଁ ଏବଂ ସେନାର ଆବଶ୍ୟକତା ପୂରଣ ପାଇଁ ଆମେ ଉତ୍ତତ ଉପକରଣ ଯୋଗାଇଛୁ । ଆମ ଯବାନଙ୍କ ମନୋବଳ ବହୁତ ଅଧିକ । ଚିନ୍ତା କରିବାର କିଛି ନାହିଁ । ଏଲଏସିର ଫଟୋଚିତ୍ରରୁ ଜଣାପଡିଛି ଯେ ଶହେ ମିଟର ଦୂରରେ ଉଭୟ ଦେଶର ସୈନିକ ନିୟୋଜିତ ହୋଇଛନ୍ତି । ଏଭଳି ପରିସ୍ଥିତିରେ ବୋମା ଯେକୌଣସି ସମୟରେ ବିସ୍ଫୋରଣ ହୋଇପାରେ । ଗୋଟିଏ ପାର୍ଶ୍ୱରେ ଭାରତୀୟ ସେନା ଏବଂ ଆଉ ଗୋଟିଏ ପାର୍ଶ୍ୱରେ ଚାଇନା ରହିଛି । ଉଭୟ ଦେଶର ସୈନିକ ମାତ୍ର ଶହେ ମିଟର ଦୂରରେ ନିୟୋଜିତ ଅଛନ୍ତି ବୋଲି ନରଭାଣେ କହିଛନ୍ତି ।

Leave A Reply

Your email address will not be published.