ରାଜନୀତିରେ ପ୍ରବେଶ କରିବାକୁ ଚାପ ପକାନ୍ତୁ ନାହିଁ

0 78

ମୁମ୍ୱାଇ ୧୨ ।୧: ତାମିଲ ସୁପରଷ୍ଟାର ରଜନୀକାନ୍ତ ଏବେ ବେଶ୍ ଚର୍ଚ୍ଚାରେ । ନିକଟରେ ରଜନୀକାନ୍ତ ରାଜନୀତିରେ ପ୍ରବେଶ କରିବାକୁ ଘୋଷଣା କରିଥିଲେ । କିନ୍ତୁ ହଠାତ୍ ତାଙ୍କ ଶରୀର ଅସୁସ୍ଥ ହେବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ସେ ଏକ ବୟାନ ଜାରି କରି ରାଜନୀତିରେ ପ୍ରବେଶ କରିବେନି ବୋଲି ମନା କରିଦେଇଛନ୍ତି । ସୁପରଷ୍ଟାର ରଜନୀକାନ୍ତ ତାଙ୍କ ଶରୀର ଅସୁସ୍ଥ ହେବା, ଭଗବାନଙ୍କର ଚେତାବନୀ ବୋଲି କହି ରାଜନୀତିରେ ପ୍ରବେଶ କରିବାକୁ ମନା କରିଦେଇଥିଲେ । କିନ୍ତୁ ଏଭଳି ଘୋଷଣା ଦ୍ୱାରା ତାଙ୍କ ଫ୍ୟାନ୍ସଙ୍କୁ ଝଟକା ଲାଗିଥିଲା ଏବଂ ସେବେଠାରୁ ଫ୍ୟାନ୍ସମାନେ ତାଙ୍କ ନିଷ୍ପତ୍ତିକୁ ବଦଳାଇବାକୁ ଅନୁରୋଧ କରୁଥିଲେ । ଏହା ପରେ ରଜନୀକାନ୍ତ ତାମିଲ ଭାଷାରେ ଟ୍ୱିଟ୍ କରି ଲେଖିଛନ୍ତି ଯେ ତାଙ୍କୁ ତାଙ୍କର ନିଷ୍ପତି ବଦଳାଇବାକୁ କେହି ବାଧ୍ୟ କରନ୍ତୁ ନାହିଁ । ଏହାଦ୍ୱାରା ତାଙ୍କୁ କଷ୍ଟ ଅନୁଭବ ହେଉଛି । ରଜନୀକାନ୍ତ କହିଛନ୍ତି, “ଯେଉଁମାନେ ଏଭଳି ଅନୁରୋଧ କରିନାହାନ୍ତି ମୁଁ ସେମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି । ମୁଁ ପ୍ରଥମରୁ ରାଜନୀତିରେ ପ୍ରବେଶ କରିବାର କାରଣ ଆପଣମାନଙ୍କୁ ଜଣାଇସାରିଛି । ମୁଁ ଆପଣମାନଙ୍କୁ ନିବେଦନ କରୁଛି ମୋତେ ଏଭଳି ଅନୁରୋଧ କରନ୍ତୁନାହିଁ । ମୋତେ ରାଜନୀତିକୁ ଆସିବା ପାଇଁ ବାଧ୍ୟ କରିବା ମୋତେ କଷ୍ଟ ଦେଉଛି ।’

Leave A Reply

Your email address will not be published.