ଚାଷୀମାନେ କ’ଣ ଚାହୁଁଛନ୍ତି, ସେକଥା ସେମାନେ ନିଜେ ବି ଜାଣିନାହାନ୍ତି

0 66

ମଥୁରା, ୧୩ ।୧: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ହଜାର ହଜାର ଚାଷୀ ଦୀର୍ଘ ୫୦ ଦିନ ହେଲା ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି । ଆଗକୁ ସେମାନେ ଆନ୍ଦୋଳନକୁ ତୀବ୍ର କରିବେ ବୋଲି କହୁଛନ୍ତି । ହେଲେ ଆନ୍ଦୋଳନ କରୁଥିବା ଚାଷୀମାନେ କ’ଣ ଚାହୁଁଛନ୍ତି, ସେକଥା ସେମାନେ ନିଜେ ବି ଜାଣିନାହାନ୍ତି । ସେହିପରି ସେମାନେ କୃଷି ଆଇନରେ କ’ଣ ଭୁଲ ରହିଛି, ସେକଥା ବି ଜାଣି ନାହାନ୍ତି । ଆଜି ଏଭଳି ବୟାନ ଦେଇଛନ୍ତି ବଲିଉଡ ଅଭିନେତ୍ରୀ ତଥା ମଥୁରାର ବିଜେପି ସାଂସଦ ହେମା ମାଳିନୀ । ଏଥିସହ ସେ କେନ୍ଦ୍ର ସରକାର ଆଣିଥିବା ୩ଟି ଯାକ କୃଷି ଆଇନ ଉପରେ ସୁପ୍ରିମକୋର୍ଟ ଲଗାଇଥିବା ରୋକକୁ ମଧ୍ୟ ସ୍ୱାଗତ କରିଛି । ଏହାଦ୍ୱାରା ଜାରି ରହିଥିବା ବିବାଦ ସାମାନ୍ୟ ହ୍ରାସ ଘଟିବ ବୋଲି ସେ ଆଶା କରିଛନ୍ତି । ହେମା ମାଳିନୀ କହିଛନ୍ତି, ସୁପ୍ରିମକୋର୍ଟ କୃଷି ଆଇନ ଉପରେ ରୋକ ଲଗାଇ ଭଲ କରିଛନ୍ତି । ଏହା ସ୍ଥିତିକୁ ନିୟନ୍ତ୍ରଣ ରଖିବାରେ ସହାୟକ ହେବ । ଏକାଧିକ ଥର ଆଲୋଚନା ହୋଇଥିଲେ ହେଁ ଚାଷୀମାନେ କୌଣସି ନିଷ୍କର୍ସରେ ପହଞ୍ଚି ପାରୁନାହାନ୍ତି । ସେମାନେ କ’ଣ ଚାହୁଁଛନ୍ତି, ସେକଥା ଏଯାଏ ନିଜେ ଜାଣିନାହାନ୍ତି । କୃଷି ଆଇନରେ କ’ଣ ସମସ୍ୟା ରହିଛି, ସେକଥା ବି ସେମାନେ କହିପାରୁ ନାହାନ୍ତି । ଏହାର ଅର୍ଥ ସେମାନେ ଆଉ କାହା କଥାରେ ପଡ଼ି ଆନ୍ଦୋଳନ କରୁଛନ୍ତି । ସେମାନଙ୍କୁ ଏପରି କରିବାକୁ ଆଉ କିଏ ପଛରେ ରହି ନିର୍ଦ୍ଦେଶ ଦେଉଛି ।

Leave A Reply

Your email address will not be published.