ନ୍ୟାୟମନ୍ତ୍ରୀଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

0 66

ମୁମ୍ବାଇ, ୧୩ ।୧: ମହାରାଷ୍ଟ୍ର ସରକାରରେ ସାମାଜିକ ନ୍ୟାୟ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ସେ ଜଣେ ୩୭ ବର୍ଷୀୟ ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ମନ୍ତ୍ରୀ ଧନଞ୍ଜୟ ଏହାକୁ ଖାରଜ କରିବା ସହ ଅଭଯୋଗକାରୀ ମହିଳାଙ୍କ ଭଉଣୀଙ୍କ ସହ ତାଙ୍କର ଦୀର୍ଘଦିନ ହେଲା ସମ୍ପର୍କ ରହିଥିବା କଥା କହିଛନ୍ତି । ସେ ବିବାହିତ ହୋଇଥିଲେ ହେଁ ମହିଳାଙ୍କ ଭଉଣୀଙ୍କ ସହ ଦୀର୍ଘବର୍ଷ ସମ୍ପର୍କ ରଖିଥିବାରୁ ବିରୋଧୀ ବିଜେପି ତାଙ୍କ ଇସ୍ତଫା ଦାବି କରିଛି । ଗୋଟିଏ ଫେସବୁକ ପୋଷ୍ଟରେ ଧନଞ୍ଜୟ ମୁଣ୍ଡେ କହିଛନ୍ତି, ମୋତେ ଅଭିଯୋଗକାରୀ ମହିଳା ଓ ତାଙ୍କ ଭଉଣୀ ବ୍ଲାକମେଲ କରି ଆସୁଛନ୍ତି । ଏ ସମ୍ପକଆରେ ମୁଁ ନଭେମ୍ବର ମାସରେ ପୁଲିସରେ ଅଭିଯୋଗ ମଧ୍ୟ କରିଥିଲି । ୨୦୦୩ରୁ ମହିଳାଙ୍କ ଭଉଣୀ ସହ ମୋର ସମ୍ପର୍କ ରହିଥିଲା । ଆମର ଦୁଇ ଜଣ ପିଲା ମଧ୍ୟ ଅଛନ୍ତି । ଆମ ସମ୍ପର୍କକୁ ମୋ ପରିବାର ଲୋକ ମଧ୍ୟ ଗ୍ରହଣ କରି ନେଇଛନ୍ତି । ମୋ ପତ୍ନୀ, ପରିବାର ଲୋକ ଓ ବନ୍ଧୁ ସମସ୍ତେ ଏକଥା ଜାଣିଛନ୍ତି । କେହି ବି ଏହା ଉପରେ ଆପତ୍ତି ଉଠାଇ ନାହାନ୍ତି । ମୋ ପିଲାମାନେ ମଧ୍ୟ ମହିଳାଙ୍କ ଭଉଣୀଙ୍କ ସହ ଗଢ଼ି ଉଠିଥିବା ସମ୍ପର୍କ ବିଷୟରେ ଜାଣିଛନ୍ତି । ସହମିତି ଭିତ୍ତିରେ ଗଢ଼ି ଉଠିଥିବା ଏହି ସମ୍ପର୍କ ଭିତ୍ତିରେ ଆମର ଗୋଟିଏ ପୁଅ ଓ ଝିଅ ମଧ୍ୟ ରହିଛନ୍ତି । ସବୁ କିଛି ଠିକ୍ ଠାକ ଚାଲିଥିବା ବେଳେ ଏବେ କେବଳ ମୋତେ ବ୍ଲାକମେଲ କରିବା ଓ ମୋ ସମ୍ମାନକୁ କ୍ଷତି ପହଞ୍ଚାଇବା ପାଇଁ ଏଭଳି ମିଥ୍ୟା ଅଭିଯୋଗ ଅଣାଯାଇଛି । ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ମୋ ବିରୋଧରେ ଷଡ଼ଯନ୍ତ୍ର କରିଛି ବୋଲି ସେ କହିଛନ୍ତି । ମନ୍ତ୍ରୀ ଜଣଙ୍କ ବିବାହିତ ହୋଇ ଆଉ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିବାରୁ ବିଜେପି ମହିଳା ସଂଗଠନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ଧନଞ୍ଜୟଙ୍କୁ ତୁରନ୍ତ ବହିଷ୍କୃତ କରିବାକୁ ଦାବି କରିଛି । ଜାନୁଆରୀ ୧୦ରେ ୩୭ ବର୍ଷୀୟ ମହିଳା ମୁମ୍ବାଇ ପୁଲିସ୍ କମିଶନରଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ ଯେ ଧନଞ୍ଜୟ ୨୦୦୬ ମସିହାରେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ । ଏଥିସହ ସେ ଗୋଟିଏ ଟ୍ୱିଟ କରି କହିଥିଲେ ଯେ ଏ ସମ୍ପର୍କରେ ସେ ପୁଲିସ୍କୁ ଅଭିଯୋଗ କରିଥିଲେ ହେଁ ତାଙ୍କ କଥା କେହି ଶୁଣିଥିଲେ । ଏହି ଟ୍ୱିଟକୁ ସେ ଏନସିପି ନେତା ଶରଦ ପାୱାରଙ୍କୁ ଟ୍ୟାଗ ମଧ୍ୟ କରିଥିଲେ । ଏହାବୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଉଠିଛି ।

Leave A Reply

Your email address will not be published.