ବେଆଇନ ମଦଦୋକାନ ଓ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି।ପୋଲିସ ନିରବ ଉପରେ ପ୍ରଶ୍ନବାଚୀ

0 65

ଦାମନଯୋଡି-(୧୪/୦୧/୨୦୨୧): କୋରାପୁଟ ଜିଲ୍ଲା ଦାମନଯୋଡି ଥାନା ଅଧିନସ୍ଥ ମାଥାଲପୁଟ ଅଂଚଳରେ ଦିନକୁ ଦିନ ବଢିଚାଲିଛି ବେଆଇନ ମଦ ଦୋକାନ।ମାଥାଲପୁଟର ମୂଖ୍ୟ ସଡକ ଠାରୁ ଆରମ୍ଭ କରି ରାସ୍ତାପାର୍ଶ୍ବ ଆମ୍ବତୋଟାରେ ବେଆଇନ ମଦଦୋକାନ ବୃଦ୍ଧି ପାଇଥିବାରୁ ଦିନରାତି ଉକ୍ତ ସ୍ଥାନରେ ମଦ୍ୟପଙ୍କ ଭିଡ ଲାଗି ରହୁଛି।ଯାହା ଫଳରେ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ଦେଖିବାକୁ ମିଳୁଛି।ଝିଅବୋହୁମାନେ ଉକ୍ତ ରାସ୍ତାରେ ଯାତାୟତ ପାଇଁ ଭୟ କରୁଛନ୍ତି।ଏନେଇ ସ୍ଥାନୀୟ ପୋଲିସକୁ ଅବଗତ କରାଗଲେବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।ବରଂ ପୋଲିସକୁ ହାତବାରିସ୍ କରି ମଦବେପାରୀମାନେ ଏଭଳି କାର୍ଯ୍ୟ ଚଳାଇଥିବା ଚର୍ଚା ହେଉଛି।ଦାମନଯୋଡି ଥାନା କିଛି ପୁଲିସବାବୁ ଦୀର୍ଘବର୍ଷ ହେଲା ରହି ଆସୁଥିବାବେଳେ ସେମାନଙ୍କର ଅନ୍ୟତ୍ର ବଦଳି ହେଉନଥିବାରୁ ସେମାନଙ୍କର ବେଆଇନ ମଦବେପାରୀଙ୍କ ସହିତ ହାତ ରହିଛି।ଫଳରେ ସେମାନେ ନିର୍ଭୟରେ ମଦ କାରବାର ଚଳାଇଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି।ସେହିପରି ମାଥାଲପୁଟ ଓ ଭେଜାପୁଟ ଅଂଚଳରେ କୋଡିନ କଫସିରାପ୍ ଓ ନିଶା ଇଂଜେକସନ୍ ବିକ୍ରି ବୃଦ୍ଧି ଘଟିଛି।ସ୍ଥାନୀୟ ଅଂଚଳରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡିଥିବାବେଳେ ପୋଲିସର କାର୍ଯ୍ୟକଳାପ ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ତୁରନ୍ତ ଜିଲ୍ଲା ପୋଲିସ ଏଭଳି ଅସାମାଜିକ କାର୍ଯ୍ୟକଳାପ ବନ୍ଦ କରିବା ସହ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣ ଜନତାଙ୍କ ସହ ମାଥାଲପୁଟ ଗାଁ ବିକାଶ ସମିତି ଦାବୀ କରିଛି।

Leave A Reply

Your email address will not be published.