ମମତାଙ୍କ “ମହାମେଣ୍ଟ’ ପ୍ରସ୍ତାବକୁ ଖାରଜ

0 67

କୋଲକାତା ୧୪ ।୧ : ପଶ୍ଚିମବଙ୍ଗରେ କିଛି ମାସରେ ବିଧାନସଭା ନିର୍ବାଚନ ହେବ । ଭାରତୀୟ ଜନତା ପାର୍ଟି ଆକ୍ରମକ ଢଙ୍ଗରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିବା ନଜର ଆସିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ଦଳ ଅଧ୍ୟକ୍ଷ ଜେପି ନ‡ା ଲଗାତାର ପଶ୍ଚିମବଙ୍ଗ ଗସ୍ତ କରୁଛନ୍ତି ଏବଂ ରାଜ୍ୟରେ ବିଜେପିର ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ବିଜେପିର ଏହି ମିଶନକୁ ଫେଲ୍ କରିବାକୁ ତୃଣମୂଳ କଂଗ୍ରେସ ତମାମ ବିରୋଧୀ ଦଳଙ୍କୁ ଟିଏମ୍ସିକୁ ସାଥ ଦେବାକୁ ଅପିଲ କରିଛନ୍ତି । ଦଳ ବିହାର ଭଳି ମହାମେଣ୍ଟ ଗଠନ କରିବାକୁ ଅପିଲ କରିଛି । ଏନେଇ କଂଗ୍ରେସ ଟିଏମସିକୁ ପରାମର୍ଶ ଦେଇଛି । ବୁଧବାର ଦିନ ତୃଣମୂଳ କଂଗ୍ରେସ ବାମ ମୋର୍ଚ୍ଚା ଓ କଂଗ୍ରେସକୁ ବିଜେପି “ସାମ୍ପ୍ରଦାୟିକ ଏବଂ ବିଭାଜନକାରୀ ରଣନୀତି’ ବିରୋଧରେ ଲଢ଼ିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାଥ ଦେବାକୁ ଅପିଲ କରିଛି । ତେବେ ଉଭୟ ଦଳ ଏହି ପରାମର୍ଶକୁ ଖାରଜ କରିଦେଇଛନ୍ତି । ବିଜେପି କହିଛି ଯେ ଏଥିରୁ ଜଣାପଡୁଛି ଯେ ଏପ୍ରିଲ-ମେ ମାସରେ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ନିଜ ଦମରେ ଲଢ଼ିବାକୁ ସମର୍ଥ ନୁହେଁ । ତୃଣମୂଳ କଂଗ୍ରେସର ବରିଷ୍ଠ ସାଂସଦ ସୌଗତ ରାୟ ଗଣମାଧ୍ୟମକୁ କହିଛନ୍ତି ଯେ, ଯଦି ବାମ ମୋର୍ଚ୍ଚା ଓ କଂଗ୍ରେସ ବାସ୍ତବରେ ବିଜେପି ବିରୋଧରେ ତାହେଲେ ବିଜେପିର ସାମ୍ପ୍ରଦାୟିକ ଏବଂ ବିଭାଜନକାରୀ ରାଜନୀତି ବିରୋଧରେ ଲଢ଼ିବାକୁ ମମତା ବାନାର୍ଜୀଙ୍କୁ ସାଥ ଦେବା ଉଚିତ । ସେ କହିଛନ୍ତି, ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ବିଜେପି ବିରୋଧରେ ଧର୍ମ ନିରପେକ୍ଷ ରାଜନୀତିର ଅସଲ ଚେହେରା । ତୃଣମୂଳ କଂଗ୍ରେସର ପ୍ରସ୍ତାବରେ ରାଜ୍ୟ କଂଗ୍ରେସ ପ୍ରମୁଖ ଅଧୀର ରଞ୍ଜନ ଚୌଧୁରୀ ରାଜ୍ୟରେ ବିଜେପିର ମଜବୂତୀ ନେଇ ଟିଏମସିକୁ ଦାୟୀ କରିଛନ୍ତି । ସେ କହିଛନ୍ତି, ତୃଣମୂଳ କଂଗ୍ରେସ ସହ ମେଣ୍ଟ କରିବାକୁ ଆମର ଇଚ୍ଛା ନାହିଁ । ଗତ ୧୦ ବର୍ଷ ହେଲା ଆମ ବିଧାୟକଙ୍କୁ କିଣିବା ପରେ ତୃଣମୂଳ କଂଗ୍ରେସ ଏବେ ମେଣ୍ଟ ଗଠନ କରିବାକୁ କାହିଁକି ଚାହୁଁଛି । ଯଦି ମମତା ବାନାର୍ଜୀ ବିଜେପି ବିରୋଧରେ ଲଢ଼ିବାକୁ ଚାହୁଁଛନ୍ତି ତାହେଲେ ତାଙ୍କୁ କଂଗ୍ରେସରେ ସାମିଲ ହୋଇଯିବା ଉଚିତ । କାରଣ ସାମ୍ପ୍ରଦାୟିକତା ବିରୋଧରେ ଲଢେଇ ପାଇଁ ଏହା ହେଉଛି ଏକମାତ୍ର ଦେଶବ୍ୟାପୀ ପ୍ଲାଟଫର୍ମ । ମମତା ବାନାର୍ଜୀ ୧୯୯୮ ମସିହାରେ କଂଗ୍ରେସରୁ ଅଲଗା ହୋଇ ନିଜର ଅଲଗା ଦଳ ତୃଣମୂଳ କଂଗ୍ରେସ ଗଠନ କରିଥିଲେ ।

Leave A Reply

Your email address will not be published.