ବିଜେପିରେ ମିଶିଲେ ଏକେ ଶର୍ମା

0 62

ଲକ୍ଷେ୍ନø, ୧୪ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବୁଠାରୁ ବିଶ୍ୱସ୍ତ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଏକେ ଶର୍ମା ଏବେ ନିଜର ରାଜନୀତିକ ଇନିଂସ ଆରମ୍ଭ କରିଛନ୍ତି । ସେ ସୋମବାର ସ୍ୱେଚ୍ଛାକୃତ ଭାବେ ଏମଏସଏମଇ ସଚିବ ପଦରୁ ଅବସର ନେଇଥିଲେ । ଆଜି ସେ ଲକ୍ଷେ୍ନø ଠାରେ ବିଜେପିରେ ବିଧିବଦ୍ଧ ଭାବେ ମିଶିଛନ୍ତି । ଏହି ମିଶ୍ରଣ ପର୍ବରେ ଉତ୍ତର ପ୍ରଦେଶ ବିଜେପି ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂହଙ୍କ ସହ ବହୁ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ । ୧୯୮୮ ବ୍ୟାଚର ଆଇଏଏସ ଅଫିସରଙ୍କ ଅବସର ସମ୍ପର୍କିତ ଫାଇଲ ସୋମବାର ଅନୁମୋଦନ ପାଇବା ପରେ ସେ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲା । ଏହି ସତ ଶେଷରେ ସତ ପ୍ରମାଣିତ ହୋଇଛି । ସେ ଆଜି ବିଜେପିରେ ମିଶିଥିବାରୁ ଦଳ ତାଙ୍କୁ ବିଧାନ ପରିଷଦ ପ୍ରାର୍ଥୀ କରିବ । ସେ ଉତ୍ତରପ୍ରଦେଶର ମଉ ଜିଲ୍ଲାର ମୂଳ ବାସିନ୍ଦା ଓ ଭୁମିହାର ସଂପ୍ରଦାୟରେ ତାଙ୍କର ବେଶ ଦବଦବା ରହିଛି । ଖାସ୍ ଏହି କାରଣରୁ ବିଜେପି ତାଙ୍କୁ ଦଳରେ ସାମିଲ କରିଛି । ଉତ୍ତର ପ୍ରଦେଶରେ ଖାଲି ପଡ଼ିଥିବା ୧୨ଟି ବିଧାନ ପରିଷଦ ଆସନରୁ ୧୦ଟି ବିଜେପି ଜିତିବା ଏକ ପ୍ରକାରର ନିଶ୍ଚିତ । ବିଧାନ ପରିଷଦ ପାଇଁ ଜାନୁଆରୀ ୧୮ ଯାଏ ନାମାଙ୍କନ ଦାଖଲ କରାଯିବ । ଆଜି ଶ୍ରୀ ଶର୍ମା ବିଜେପିରେ ମିଶି ଥିବାରୁ ଖୁବଶୀଘ୍ର ସେ ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡ଼ିଛି । ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ମୋଦିଙ୍କ ସହ ଶ୍ରୀ ଶର୍ମା ୨୦୦୧ରେ ତାଙ୍କ ସଚିବ ଭାବେ କାମ କରୁଥିଲେ । ୨୦୧୪ରେ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ବି ଶର୍ମା ତାଙ୍କ ସହ କାମ କରିବା ଜାରି ରଖିଥିଲେ । ଏଥିପାଇଁ ତାଙ୍କୁ ପିଏମଓରେ ନିଯୁକ୍ତି ମିଳିଥିଲା । ୨୦୨୦ ମସିହା ଏପ୍ରିଲରେ ସେ ଏମଏସଏମଇ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

Leave A Reply

Your email address will not be published.