ବେଙ୍ଗଲରେ ହୋଇପାରେ ଆଗୁଆ ନିର୍ବାଚନ

0 68

ନୂଆଦିଲ୍ଲୀ, ୧୪ ।୧: ଶୁକ୍ରବାର (ଜାନୁଆରୀ ୧୫) ସଂଶୋଧିତ ଭୋଟର ତାଲିକା ପ୍ରକାଶ ପାଇବ । ଏହି ଭୋଟର ତାଲିକା ଅନୁସାରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେବେ ସ୍କୁଲ କଲେଜ ପରୀକ୍ଷା ପାଇଁ ପଶ୍ଚିମବଙ୍ଗରେ ଆଗୁଆ ବିଧାନସଭା ନିର୍ବାଚନ ହୋଇପାରେ ବୋଲି ଜଣାପଡ଼ିଛି । ଏପ୍ରିଲ ପ୍ରଥମ ସପ୍ତାହରେ ନିର୍ବାଚନ ହୋଇପାରେ । ୬ଟି ପର୍ଯ୍ୟାୟରେ ବହୁ ପ୍ରତୀକ୍ଷିତ ଏହି ହାଇଭୋଲଟେଜ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି । ମେ’ ମାସ ତୃତୀୟ ସପ୍ତାହରେ ଫଳାଫଳ ଘୋଷଣା ହୋଇପାରେ । ଅର୍ଥାତ୍ ମେ ଶେଷ ସପ୍ତାହ ନହେଲେ ଜୁନ ଆରମ୍ଭରୁ ନୂଆ ସରକାର ଦେଖିବେ ପଶ୍ଚିମବଙ୍ଗବାସୀ । ଯଦି ଏହି ଆକଳନ ସତ ହେବ ତାହେଲେ ଫେବୃଆରୀ ମାସରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇପାରେ । ନିର୍ବାଚନ କମିଶନ ସୂତ୍ର ଅନୁଯାୟୀ, କୋଭିଡ ୧୯ ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟରେ ମତଦାନ କେନ୍ଦ୍ର ସଂଖ୍ୟା ବଢ଼ିପାରେ । ଆସନ୍ତା ବିଧାନସଭା ନିର୍ବାଚନ ନେଇ ଗୁରୁବାର ଡେପୁଟି ନିର୍ବାଚନ କମିଶନର ସୁଦୀପ ଜୈନ କ୍ରମାଗତ ଦ୍ୱିତୀୟ ଦିନ ଧରି ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏଥିରେ ରାଜ୍ୟ ଗୃହ ସଚିବ, ପୁଲିସ ମହାନିର୍ଦ୍ଦେଶକ, ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ବିଭାଗର ସଚିବ ଉପସ୍ଥିତ ଥିଲେ । ନିର୍ବାଚନ ଆୟୋଗର ସୂତ୍ର ଅନୁଯାୟୀ ଡେପୁଟି ନିର୍ବାଚନ କମିଶନର ମୁଖ୍ୟ ନିର୍ବାଚନ କମିଶନରଙ୍କୁ ରିପୋର୍ଟ କରିବେ । ଏହା ପରେ ଜାନୁଆରୀ ତୃତୀୟ ସପ୍ତାହରେ ନିର୍ବାଚନ ଆୟୋଗର ସମ୍ପୂର୍ଣ୍ଣ ବେଞ୍ଚ କୋଲକାତା ଆସିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.