ଡ୍ରଗ୍ସ ହବ୍ ପାଲଟିଛି ମାୟାନଗରୀ

0 63

ନୂଆଦିଲ୍ଲୀ, , ୧୪ ।୧: ଡ୍ରଗ୍ସ ଲିଙ୍କ୍ ମାମଲାରେ ଏନସିବି ଆଜି ବିଭିତ୍ତ ସ୍ଥାନରେ ଚଢ଼ାଉ କରିଛି । ଗତକାଲି ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମଲିକଙ୍କ ଜ୍ୱାଇଁ ସମୀର ଖାନଙ୍କୁ ଗିରଫ କରିଥିଲା । ଏହି ଗିରଫଦାରୀ ପରେ ଏନସିବିର କେତେ ଗୁଡିଏ ଟିମ ବିଭିତ୍ତ ଜାଗାରେ ଚଢ଼ାଉ କରିଛି । ଏକ ଫାଇଭ୍ ଷ୍ଟାର ହୋଟେଲ ରେ ଏନସିବି ଚଢ଼ାଉ କରି ଜଣେ ବିଦେଶୀ ନାଗରିକଙ୍କୁ ହେପାଜତକୁ ନେଇଛି । ଯେତେବେଳେ ବ୍ୟକ୍ତି ଜଣକଙ୍କୁ ଗିରଫ କରାଯାଇଥିଲା , ସେ ଏକ ପାଉଡର ଭଳି ପଦାର୍ଥ କୁ ଗିଳି ପକାଇଥିଲେ, ଯେଉଁ ଥିରେ କୋକେନ୍ ଥିବା ସନ୍ଦେହ କରାଯାଉଛି । ଏହି ବିଦେଶୀ ନାଗରିକ ଙ୍କ ବିଷୟରେ କିଙ୍ଗପିନ୍ କରନ ସଜନାନୀଙ୍କୁ ପଚାର ଉଚରା ଦ୍ୱାରା ଜଣାଯାଇଥିଲା । ସମୀର ଖାନଙ୍କୁ ବୁଧବାର ଦିନ ଏନସିବି ପଚରାଉଚରା ପାଇଁ ଡାକିଥିଲା । ଦୀର୍ଘ ସମୟ ଧରି ପଚରା ଉଚରା ପରେ ସମୀର ଖାନଙ୍କୁ ଗିରଫ କରାଯାଇଥିଲା । ସମୀରଙ୍କ ଠାରୁ ମିଳିଥିବା ସୂଚନାକୁ ଆଧାର କରି ଏନସିବି ଉତ୍ତରପ୍ରଦେଶର ରାମପୁର ରେ ଚଢ଼ାଉ କରିଛି । ଏନସିବି ସମୀର ଖାନଙ୍କ ଡ୍ରଗ୍ସ ଲିଙ୍କ୍ ଛାନଭିନ୍ କରୁଛି । ଡ୍ରଗ୍ସ ମାମଲାରେ କିଙ୍ଗପିନ୍ଙ୍କ ସହ ସମ୍ୱନ୍ଧ ଥିବା ସନ୍ଦେହ କରାଯାଉଛି । ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ । ଏନସିବି ମୁମ୍ୱାଇର ଜୋନାଲ ଡ଼ାଇରେକ୍ଟର ସମୀର ବାନଖେଡେଙ୍କ ଅନୁସାରେ ,କରନ ସଜନାନୀ ଙ୍କ ଘରୁ ଗଂଜେଇ ଜବତ କରାଯାଇଥିଲା । କରନ ସଜନାନୀ , ରାହିଲା ଫର୍ନିଚରୱାଲା ,ସାଇସ୍ତା ଫର୍ନିଚରୱାଲା ଏବଂ ରାମ କୁମାର ତିୱାରୀଙ୍କୁ ଏନଡିପିଏସ ଆକ୍ଟ ଙ୍କ ତତ୍ତ୍ୱାବଧାନରେ ଗିରଫ କରାଯାଇ ଅଦାଲତ ରେ ହାଜର କରାଯାଇଛି । ଏନସିବି ମୁମ୍ୱାଇର ଜୋନାଲ ଡ଼ାଇରେକ୍ଟର ସମୀର ବାନଖେଡେ କହିଛନ୍ତି , ଏନସିବି ଟିମର ଯାଞ୍ଚ ବେଳେ ସମୀର ଖାନଙ୍କ ନାମ ଆସିଥିଲା , ପଚାର ଉଚରା ପାଇଁ ତାଙ୍କୁ ଆଜି ଡକାଯାଇଥିଲା । ପରେ ତାଙ୍କୁ ଗିରଫ କରାଯାଇଥିଲା ।

Leave A Reply

Your email address will not be published.