କୃଷି ଆଇନକୁ ବିରୋଧ କରି ରାଜରାସ୍ତାରେ ରାହୁଲ୍, ପ୍ରିୟଙ୍କା

0 75

ନୂଆଦିଲ୍ଲୀ,୧୫ ।୧: କଂଗ୍ରେସ ତିନି କୃଷି ଆଇନକୁ ବିରୋଧ କରି ଦେଶର ବିଭିତ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ କୃଷି ଅଧିକାର ଦିବସ ପାଳନ କରିଛି । ଏହି ଅବସରରେ କଂଗ୍ରେସ ସମସ୍ତ ରାଜଭବନ ଆଗରେ ମଧ୍ୟ ଧାରଣା ଦେଇଛି । କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ମହାସଚିବ ପ୍ରିୟଙ୍କା ଗାନ୍ଧୀ ଓ କଂଗ୍ରେସ କର୍ମୀ ଏକ ହୋଇ ଦିଲ୍ଲୀରେ ଉପରାଜ୍ୟପାଳଙ୍କ ବାସଭବନ ଘେରାଉ କରିଛନ୍ତି । କେନ୍ଦ୍ର ତିନି କୃଷି ଆଇନକୁ ରଦ୍ଦ କରିବା ଦରକାର ନହେଲେ କଂଗ୍ରେସ କେବେ ପଛକୁ ହଟିବ ନାହିଁ ବୋଲି ରାହୁଲ୍ କହିଛନ୍ତି । କେନ୍ଦ୍ର ଏହି କୃଷି ଆଇନ ଜରିଆରେ ପୁଞ୍ଜିପତିଙ୍କୁ ଲାଭବାନ କରିବାକୁ ଉଦ୍ଦେଶ୍ୟ କରିଛନ୍ତି । ଏହି ଆଇନ ଚାଷୀଙ୍କୁ କ୍ଷତିରେ ପହଞ୍ଚାଇବା ବୋଲି ସେ କହିଛନ୍ତି । ସେହିପରି ୟୁପିରେ କଂଗ୍ରେସ ରାଜଭବନ ଘେରିବାକୁ ପ୍ରୟାସ କରିଛି । ରାଜଭବନ ଘେରିବା ବେଳେ ୟୁପି କଂଗ୍ରେସ ଅଧ୍ୟକ୍ଷ ଅଜୟ କୁମାର ଲଲ୍ଲୁଙ୍କୁ ଅଟକ ରଖି ନିଜ ହେପାଜତକୁ ନେଇଛି ପୁଲିସ । ଅଟକ ରହିବା ବେଳେ ସେ ପ୍ରତିକ୍ରିୟାରେ କହିଛନ୍ତି ବିଜେପି ସରକାର ଆମକୁ ଆନ୍ଦୋଳନ କରିବାକୁ ଦେଉ ନାହିଁ । ଗତକାଲି ରାତିରୁ ତାଙ୍କ ବାସଭବନକୁ ପୁଲିସ ଘେରି ରହିଥିବା ଅଜୟ କୁମାର କହିଛନ୍ତି । ବିଜେପି କେବିବି ନିଜ ଉଦ୍ଦେଶ୍ୟରେ ସଫଳ ହେବ ନାହିଁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.