ଡମପଡ଼ା- ଚନ୍ଦକା ଅଭୟାରଣ୍ୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

0 69

ବାଙ୍କୀ: ଡମପଡ଼ା ଚନ୍ଦକା ଅଭୟାରଣ୍ୟରେ ଆଜି ଢ଼ୋଲକାଠ , ଡାହାଣିଗାଡ଼ିଆ, ପିଠାଖିଆ ଗ୍ରାମରେ ଡମପଡ଼ା ରେଞ୍ଜ ଅଫିସର ଅଶୋକ କୁମାର ଦାଶଙ୍କ ତତ୍ୱାବଧାନରେ ଆୟୋଜିତ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂଗ୍ରହକ  ହରିଶଙ୍କର ଉପାଧ୍ୟାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ଅଞ୍ଚଳର ଜନସାଧାରଣ ନିଜ ନିଜ ଅଞ୍ଚଳକୁ କିପରି ସଫାସୁତରା ରଖିବା ସହିତ ପଲିଥିନ୍ ମୁକ୍ତ କରିବା ପାଇଁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ । ଏହା ସହିତ କରୋନା ସଂକ୍ରମଣରୁ ଦୂରରେ ରହିବା ପାଇଁ ମାସ୍କ୍ ପିନ୍ଧିବା, ହାତଧୋଇବା ଏବଂ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ । ଶ୍ରୀ ଉପାଧ୍ୟୟ ଉପସ୍ଥିତ ଜନସାଧାରଣଙ୍କୁ ମାସ୍କ୍ , ସାନିଟାଇଜର ବଣ୍ଟନ କରି ପାଣି ,ପବନ ଓ ପରିବେଶକୁ ନିର୍ମଳ ରଖିôବା ସହିତ ପ୍ଲାଷ୍ଟିକ୍ ବର୍ଜନ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଚନ୍ଦକା ବନଖଣ୍ଡର ସହକାରୀ ନିର୍ଦ୍ଦେଶକ ରମାକାନ୍ତ ନାୟକ ପରିଚାଳନା କରିଥିବା ବେଳେ ଡିଏଫ୍‌ଓ କେଦାର ସ୍ୱାଇଁ ,ବନପାଳ ରକେଶ ସ୍ୱାଇଁ, କମଳକାନ୍ତ ସୋରେନ୍‌, ସନ୍ଦୀପ୍ ବେହେରା, ବନରଥି ଫତିମା ବିବି ପ୍ରମୁଖ  ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave A Reply

Your email address will not be published.