ମୁଥୁଟ ଫାଇନାନ୍ସରୁ ୨୫ କେଜି ସୁନା ଲୁଟିନେଲେ ଡକାୟତ

0 76

ଚେନ୍ନାଇ, ୨୨ ।୧: ସୁନା ବନ୍ଧା ରଖି ଲୋକଙ୍କୁ ଋଣ ଦେଉଥିବା ମୁଥୁଟ ଫାଇନାନ୍ସର ତାମିଲନାଡୁ ସ୍ଥିତ ହୋସୁର ବ୍ରାଞ୍ଚରେ ଆଜି ବଡ଼ ଧରଣର ଡକାୟତି ହୋଇଛି । ବନ୍ଧୁକଧାରୀ ଦୁର୍ବୃତ୍ତମାନେ ସ୍ପଷ୍ଟ ଦିବାଲୋକରେ ଉକ୍ତ ବ୍ରାଞ୍ଚରୁ ୨୫ କେଜି ସୁନା ଓ ୯୬ ହଜାର ଟଙ୍କା ଲୁଟ କରିଛନ୍ତି । ଏହି ଲୁଟ ସୁନାର ମୂଲ୍ୟ ପ୍ରାୟ ୭.୫ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି । ଆଜି ସକାଳ ୯.୩୦ରେ ବ୍ରାଞ୍ଚ ଖୋଲିଥିଲା । ଏହାର କିଛି ସମୟ ପରେ ହଠାତ୍ ହେଲମେଟ୍ ପିନ୍ଧି କିଛି ଦୁର୍ବୃତ୍ତ ଏଠାରେ ପହଞ୍ଚିଥିଲେ । କେହି କିଛି ବୁଝିବା ଆଗରୁ ସେମାନେ ବନ୍ଧୁକ ଦେଖାଇ ବ୍ରାଞ୍ଚର କର୍ମଚାରୀଙ୍କୁ ପଣବନ୍ଦୀ କରି ଦେଇଥିଲେ । ଏହାପରେ ସେମାନେ ଲକ ଖୋଲି ସୁନା ଓ ଟଙ୍କା ନେଇ ଫେରାର ହୋଇ ଯାଇଥିଲେ । ଖବର ପାଇ ହୋସୁର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ଏବେ ପୁଲିସ୍ ବିଭିନ୍ନ ସ୍ଥାନରେ କର୍ଡନ କରି ଲୁଟ ସାମଗ୍ରୀକୁ ଠାବ କରିବାକୁ ଚେଷ୍ଟା କରୁଛି । ସେହିପରି ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭକୁ ମଧ୍ୟ ଯାଞ୍ଚ କରି ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବାକୁ ପ୍ରୟାସ ଆରମ୍ଭ କରିଛି ।

Leave A Reply

Your email address will not be published.