ମଝି ଦରିଆରେ ଜଳିଗଲା ଜାହାଜ

0 64

ଚେନ୍ନଇ: ମଝି ଦରିଆରେ ଲାଗିଲା ନିଆଁ । ହୁ ହୁ ହୋଇ ଜଳିଗଲା ଜାହାଜ । ଏତେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ଯେ, ନିଆଁ ଆୟତ୍ତ କରିବାକୁ କେହି ବି ସାହସ କରିପାରୁ ନାହାନ୍ତି । ଏଭଳି କିଛି ଘଟଣା ଘଟିଛି ରାମେଶ୍ୱରମର ପାମ୍ବନ ଉପକୂଳରେ । ଆଜି ସକାଳୁ ସମୁଦ୍ର ମଧ୍ୟରେ ଠିଆ ହୋଇଥିବା ଏକ ମାଛଧରା ବୋଟରେ ହଠାତ ନିଆଁ ଲାଗି ଯାଇଥିଲା । ଦେଖୁ ଦେଖୁ ନିଆଁ ଏତେ ଭୟଙ୍କର ହୋଇଥିଲା ଯେ, ତାକୁ ଦେଖି ମତ୍ସଜୀବୀମାନେ ଭୟଭୀତ ହୋଇ ଯାଇଥିଲେ । ବେଶ କିଛି ଘଣ୍ଟା ଜଳିବା ପରେ ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ହେଲେ ନିଆଁର ପରିମାଣ ଏତେ ଅଧିକ ଥିଲା ଯେ, ନିଆଁ ଲିଭିବା ବେଳକୁ ବୋଟ୍ଟି ଜଳିପୋଡି ପାଉଁଶ ହୋଯାଇଥିବା ଦେଖିବାକୁ ମିଳିଛି । ସେପଟେ ସୌଭାଗ୍ୟବଶତଃ ଡଙ୍ଗାରେ ନିଆଁ ଲାଗିବା ପରେ ତତକ୍ଷଣାତ୍ ମତ୍ସଜୀବୀମାନେ ସେଠୁ ଖସି ପଲାଇବାରେ ସକ୍ଷମ ହୋଇଛନ୍ତି । ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି । ତେବେ ବୋଟରେ ନିଆଁ କିଭଳି ଲାଗିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଜାହାଜରେ ଥିବା ଡିଜେଲରୁ ନିଆଁ ଲାଗିଥିବା ନେଇ ଅନୁମାନ କରାଯାଉଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.