ମୋ ବାପା ହିନ୍ଦୁ ଥିଲେ ଓ ଅନ୍ୟ ଧର୍ମକୁ ସମ୍ମାନ ଦେଉଥିଲେ: ଅନୀତା ବୋଷ

0 75

କୋଲକାତା, ୨୪ ।୧: ମହାନ ସ୍ୱାଧୀନତା ସଂଗ୍ରାମୀ ଓ ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ତମ ଜୟନ୍ତୀ ଧୂମଧାମରେ ସାରା ଦେଶରେ ପାଳନ କରାଯାଇଛି । ଦେଶରେ ନେତାଜୀ ଜୟନ୍ତୀକୁ “ପରାକ୍ରମ ଦିବସ’ ଭାବେ ପାଳନ କରାଯାଇଛି । ଏହି ଅବସରରେ ଜର୍ମାନୀରେ ରହୁଥିବା ତାଙ୍କ ଝିଅ ଅନିତା ବୋଷ ଫାଫ୍ ନିଜ ପିତାଙ୍କ ସମ୍ବନ୍ଧରେ କିଛି ରୋଚକ କଥା ଶେଆର୍ କରିଛନ୍ତି । ନେତାଜୀଙ୍କ ଝିଅ ଅନିତା ମ୍ୟୁନିକରେ ଭାରତୀୟ ବାଣିଜ୍ୟ ଦୂତାବାସର ଅଫିସିଆଲ୍ ଟୁଇଟର୍ ହ୍ୟାଣ୍ଡେଲ୍ ପୋଷ୍ଟରେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ମୋ ପିତା ଜଣେ ହିନ୍ଦୁ ଥିଲେ । କିନ୍ତୁ ସେ ଅନ୍ୟ ଧର୍ମକୁ ମଧ୍ୟ ବରାବର ସମ୍ମାନ କରନ୍ତି । ମୋ ପିତା ସର୍ବଦା ନିଜର ଅନୁଗାମୀ ଯଥା ଇଣ୍ଡିଆନ୍ ନ୍ୟାଶନାଲ୍ ଆର୍ମିର ସଦସ୍ୟ । ତାଙ୍କର ବନ୍ଧୁ ଓ ପରିବାରଙ୍କୁ ପ୍ରେରିତ କରିଆସିଛନ୍ତି । ଜର୍ମାନୀର ଅର୍ଥନୀତିଜ୍ଞ ଥିବା ଅନିତା ଆହୁରି କହିଛନ୍ତି, ମୋ ପିତା ଚିନ୍ତାଶୀଳ ହେବା ସହ କାମ କରିବା ଉପରେ ଅଧିକ ବିଶ୍ୱାସ କରୁଥିଲେ । ନେତାଜୀ ଚାହୁଁଥିଲେ ଭାରତ ଆଧୁନିକୀକରଣ ହେବା ସହ ସାରା ଦୁନିଆରେ ସବୁଠାରୁ ଆଗରେ ରହୁ । ଦେଶକୁ ନେଇ ଜଡ଼ିତ ଧାର୍ମିକ ପରମ୍ପରା, ଦର୍ଶନ ଓ ଇତିହାସ ମାମଲାରେ ମଧ୍ୟ ମୋ ପିତାଙ୍କ ବିଚାର ଅଧିକ ମଜଭୁତ୍ ଥିଲା । ଦେଶର ସ୍ୱାଧୀନତା ଆନ୍ଦୋଳନ ବେଳେ ସେ (ନେତାଜୀ) ଅନେକ କଠିନ ଚ୍ୟାଲେଞ୍ଜକୁ ସାହସିକତାର ସହ ସାମ୍ନା କରିଛନ୍ତି । ବଡ଼ କଥା ହେଉଛି ମୋ ପିତା ମଧ୍ୟ ନିଜ ଦେଶକୁ ବହୁତ ଭଲ ପାଉଥିଲେ । ସେ ଦେଶ ପାଇଁ ବହୁ ବଡ଼ ବଡ଼ ତ୍ୟାଗ କରିବା ପାଇଁ ସର୍ବଦା ନିଜକୁ ପ୍ରସ୍ତୁତ ରଖୁଥିଲେ । ସୂଚନାଯୋଗ୍ୟ ଶନିବାର ନେତାଜୀ ଜୟନ୍ତୀ ଅବସରରେ ପିଏମ ମୋଦି କୋଲକାତାରେ ପହଞ୍ଚିଥିଲେ । ଏହି ଅବସରରେ ପିଏମ୍ ମୋଦି ନେତାଜୀଙ୍କର ଅଦମ୍ୟ ସାହସ ଓ ରାଷ୍ଟ୍ର ପ୍ରତି ନିସ୍ୱାର୍ଥ ସେବାକୁ ସମ୍ମାନ ଜଣାଇଥିଲେ । ଏହାସହ ମୋଦି ନେତାଜୀଙ୍କୁ ସ୍ମରଣ କରିବା ପାଇଁ ଆଜିଠାରୁ ପ୍ରତିବର୍ଷ ଜାନୁଆରୀ ୨୩ ତାରିଖକୁ “ପରାକ୍ରମ ଦିବସ’ ଭାବେ ମନାଇବାକୁ ଘୋଷଣା କରିଥିଲେ ।

Leave A Reply

Your email address will not be published.