ଭାରତରେ ପହଞ୍ଚିଲା ଆଉ ୩ ରାଫେଲ୍

0 76

ନୂଆଦିଲ୍ଲୀ, ୨୮ ।୧: ଭାରତରେ ପହଞ୍ଚିଲା ବାୟୁସେନାର ଆଉ ୩ଟି ଲଢ଼ୁଆ ବିମାନ ରାଫେଲ । ଫ୍ରାନ୍ସରୁ ଉଡାଣ ଭରି ଗତ ବିଳମ୍ୱିତ ରାତିରେ ଭାରତରେ ବାୟୁସେନାର ଏହି ବାହୁବଳୀ ପହଞ୍ଚିଛି । ପ୍ରାୟ ୭ହଜାର କିଲୋମିଟର ଯାତ୍ରା କରି ଏହି ୩ଟି ଲଢ଼ୁଆ ବିମାନ ଗତକାଲି ରାତି ପ୍ରାୟ ୯ଟାରେ ଗୁଜରାଟ ଜାମନଗରରେ ପହଞ୍ଚିଛି । ଯାତ୍ରା ସମୟରେ ଏହି ବିମାନଗୁଡ଼ିକରେ ଆକାଶମାର୍ଗରେ ଇନ୍ଧନ ଭର୍ତ୍ତି କରାଯାଇଥିଲା । ଏନେଇ ଭାରତୀୟ ବାୟୁସେନା ଟୁଇଟ କରି ସୂଚନା ଦେଇଛି । ୨୦୧୬ରେ ୩୬ ଲଢୁଆ ବିମାନ ପାଇଁ ଫ୍ରାନ୍ସ ସହ ଭାରତର ୫୯ ହଜାର କୋଟି ଟଙ୍କାର ରାଜିନାମା ହୋଇଛି । ଏହି ତିନିକୁ ମିଶାଇ ଦେଶରେ ଏବେ ରାଫେଲ ବିମାନ ସଂଖ୍ୟା ୧୧ରେ ପହଞ୍ଚିଛି । ପ୍ରଥମ ଦଫାରେ ୫ ରାଫେଲ ବିମାନ ଜୁଲାଇ ୨୯ରେ ଅମ୍ବାଲା ଏୟାରବେସ୍ରେ ପହଞ୍ଚିଥିଲା । ଏହାପରେ ନଭେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୩ ରାଫେଲ ଭାରତକୁ ମିଳିଥିଲା । ମାର୍ଚ୍ଚ ଓ ଏପ୍ରିଲରେ ଆହୁରି ରାଫେଲ ଭାରତକୁ ଯୋଗାଇବ ଫ୍ରାନ୍ସ ।୨୦୨୧ ଶେଷ ସୁଦ୍ଧା ଭାରତ ବରାଦ ଦେଇଥିବା ସମସ୍ତ ୩୬ ରାଫେଲ ପହଞ୍ଚିବାର ସମ୍ଭାବନା ରହିଛି । ରାଫେଲର ଏକ ସ୍କ୍ୱାଡ୍ରନ ଅମ୍ବାଲାରେ ରହିବ ଏବଂ ଅନ୍ୟଟି ହସିମାଡା ଏୟାରବେସ୍ରେ ରହିବ । ରାଫେଲରେ ତିନି ପ୍ରକାରର ମିସାଇଲ ଖଞ୍ଜାଯିବ । ପ୍ରଥମ ଆକାଶରୁ ଆକାଶରେ, ଦ୍ୱିତୀୟ ଆକାଶରୁ ଭୂପୃଷ୍ଠରୁ ଏବଂ ତୃତୀୟଟି ହାମର ମିସାଇଲ ରହିଛି ।

Leave A Reply

Your email address will not be published.