ରାଜ ଠାକରେଙ୍କୁ ଅଦାଲତରେ ହାଜର ହେବାକୁ ଆଦେଶ

0 71

ମୁମ୍ବାଇ, ୨୮ ।୧ : ମହାରାଷ୍ଟ୍ର ନବନିର୍ମାଣ ସେନା ଅଧ୍ୟକ୍ଷ ରାଜ ଠାକରେଙ୍କୁ ନବୀ ମୁମ୍ବାଇର ଭାସି କୋର୍ଟ ଫେବୃଆରୀ ୬ ତାରିଖରେ ଅଦାଲତରେ ହାଜର ହେବାକୁ ଆଦେଶ ଜାରି କରିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ ଠାକରେ ୨୦୧୪ ମସିହା ଜାନୁଆରୀ ୨୬ ତାରିଖରେ ଦଳର ସମ୍ମିଳନୀରେ ନିଜ ଅଭିଭାଷଣରେ ଟୋଲ ଗେଟ ବନ୍ଦ କରିବାକୁ କହିଥିଲେ । ଏହି ଭାଷଣ ପରେ ମନସେ ସହର ଅଧ୍ୟକ୍ଷ ଗଜାନନ କାଲେ ଓ ଅନ୍ୟ କାର୍ଯ୍ୟକର୍ତ୍ତା ଭାସି ଟୋଲ ଗେଟରେ ଭଙ୍ଗାରୁଜା କରିଥିଲେ । ଏହି ମାମଲାରେ ପୋଲିସ ରାଜ ଠାକରେ ଓ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଥିଲା । ଫେବୃଆରୀ ୬ ତାରିଖରେ କୋର୍ଟରେ ହାଜର ହେବାକୁ ଆଦେଶ ଦେଇଛନ୍ତି । ନିକଟରେ ମହାରାଷ୍ଟ୍ର ସରକାର ଉଦ୍ଧବ ଠାକରେ ରାଜ ଠାକରେଙ୍କ ସୁରକ୍ଷା ବ୍ୟବସ୍ଥା ହଟାଇ ଦେଇଥିଲେ । ରାଜ ଠାକରେଙ୍କୁ ଦିଆଯାଇଥିବା ଜେଡ ସୁରକ୍ଷା ହଟାଇ ୱାଇ ସୁରକ୍ଷା ଦେଇଛି । ଏହି ନିଷ୍ପତ୍ତି ପରେ ରାଜ୍ୟ ସରକାର ଉପରେ ଆରୋପ ଲଗାଯାଇଥିଲା ।

Leave A Reply

Your email address will not be published.