ଏଚ୍-୧ବି ଭିସାଧାରୀଙ୍କୁ ବାଇଡେନଙ୍କ ବଡ଼ ଆଶ୍ୱସ୍ତି

0 67

ୱାଶିଂଟନ, ୨୮ ।୧: ଜାନୁଆରୀ ୨୦ରେ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେଇଥିବା ଜୋ ବାଇଡେନ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଉ ଏକ ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି । ଟ୍ରମ୍ପ ପ୍ରଶାସନ ଏଚ୍-୧ବି ଭିସାଧାରୀଙ୍କ ଜୀବନସାଥୀମାନଙ୍କୁ ଆମେରିକାରେ କାମ କରିବା ପାଇଁ ମିଳିଥିବା ଏଚ୪ ଭିସା ଉପରେ ରୋକ ଲଗାଇଥିଲେ । ଏହାମଧ୍ୟରେ ଅଧିକାଂଶ ଭାରତୀୟ କୁଶଳୀ ମହିଳା ଥିଲେ । ଏଚ୍-୪ ଭିସା ଏଚ-୧ବି ଭିସାଧାରୀଙ୍କ ୨୧ ବର୍ଷରୁ ଅଧିକ ବୟସ୍କ ପତ୍ନୀ ଓ ପିଲାମାନଙ୍କୁ ପ୍ରଦାନ କରାଯାଇଥାଏ । ଏଚ୍-୧ବି ଭିସାଧାରୀଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ରହିଥିଲେ । ଏହାକୁ ଆଜି ବାଇଡେନ ପ୍ରତ୍ୟାହାର କରି ନେଇଛନ୍ତି । ଏଚ-୧ବି ଭିସା ହେଉଛି ଗୋଟିଏ ନନ୍-ଇମିଗ୍ରାଣ୍ଟ ଭିସା । ଏହି ଭିସାଧାରୀଙ୍କୁ ଆମେରିକାର କମ୍ପାନୀ ନିଯୁକ୍ତି ଦେଇ କାମରେ ଲଗାଇଥାଏ । ଭାରତ ଓ ଚାଇନାରୁ ହଜାର ହଜାର ଯୋଗ୍ୟ ପ୍ରାର୍ଥୀଙ୍କୁ ହାୟର କରି କମ୍ପାନୀଗୁଡ଼ିକ ଚାକିରି ଦିଅନ୍ତି । ଏହାପରେ ସେମାନଙ୍କ ଜୀବନସାଥୀ ଓ ପିଲାମାନଙ୍କୁ ଏଚ୍-୪ ଭିସା ଆଧାରରେ ଆମେରିକାରେ ରହିବା ଓ କାମ କରିବାର ସୁଯୋଗ ମିଳିଥାଏ ।

Leave A Reply

Your email address will not be published.