ଇସ୍ରାଏଲ୍ ଦୂତାବାସ୍ ବାହାରେ ବିସ୍ଫୋରଣ ମାମଲା

0 74

ଭାରତ ଆସିବ ଦୁର୍ଦ୍ଦଷ ଗୁଇନ୍ଦା ଏଜେନ୍ସି ମୋସାଦ

ନୂଆଦିଲ୍ଲୀ, ୩୦ ।୧ : ଇସ୍ରାଏଲ ଦୂତାବାସ ବାହାରେ ଗତକାଲି ହୋଇଥିବା ବୋମା ବିସ୍ଫୋରଣ ଘଟଣାରେ ଏହାକୁ ଗୁରୁତର ସହ ନେଇଛି ଇସ୍ରାଏଲ । କୁହାଯାଉଛି ଯେ ଏହି ଘଟଣାର ତଦନ୍ତ କରିବାକୁ ଭାରତ ଆସିବାକୁ ପ୍ରସ୍ତୁତ ହେଉଛି ବିଶ୍ୱର ସବୁଠାରୁ ଦୁର୍ଦ୍ଧଷ ଗୁଇନ୍ଦା ଏଜେନ୍ସି ମୋସାଦ । ମୋସାଦ ବାବଦରେ କହିବାକୁ ଗଲେ ଯେଉଁ ଦେଶରେ କୌଣସି ଇସ୍ରାଏଲ ନାଗରିକଙ୍କ ଉପରେ ଆକ୍ରମଣ ହୋଇଥାଏ ଏହି ଏଜେନ୍ସି ଗୁପ୍ତ ଭାବରେ ସେଠାରେ ପହଞ୍ଚି ତଦନ୍ତ କରିଥାଏ । ଇସ୍ରାଏଲ ନାଗରିକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉଥିବା ଏହି ଏଜେନ୍ସିର ଚର୍ଚ୍ଚିତ ଇତିହାସ ଓ କାରନାମା ଉପରେ ସମସ୍ତଙ୍କର ନଜର ଥାଏ । କାରଣ ଏହି ଏଜେନ୍ସି ବିଶ୍ୱର ସବୁଠାରୁ ଘାତକ ଗୁଇନ୍ଦା ଏଜେନ୍ସି ଭାବେ ବେଶ ପରିଚିତ । ୧୯୭୨ ମସିହାରେ ମ୍ୟୁନିକ ଅଲମ୍ପିକରେ ଯେତେବେଳେ ଇସ୍ରାଏଲର ୧୧ ଜଣ ଖେଳାଳିଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ ସେତେବେଳେ ମୋସାଦ ଦୀର୍ଘ ୨୦ ବର୍ଷ ଧରି ଗୁପ୍ତ ଅପରେସନ କରି ହତ୍ୟାକାରୀମାନଙ୍କୁ ଖୋଜି ଖୋଜି ମାରିଥିଲା । ଯେଉଁ ଅପରେସନର ନାମ “ରେଥ ଅଫ ଗଡ଼’ ରଖାଯାଇଥିଲା । ଏହି ଅପରେସନରେ ମୋସାଦର ଏଜେଣ୍ଟ ମାନେ ସାରା ବିଶ୍ୱର କୋଣ ଅନୁକୋଣରେ ବୁଲି ବୁଲି ହତ୍ୟାକାରୀମାନଙ୍କୁ ଖୋଜିଥିଲେ ଓ ମାରିଦେଇଥିଲେ । ମୋସାଦର ପ୍ରକୃତ ନାମ ହେଉଛି ଇନଷ୍ଟିଚ୍ୟୁଟ ଫର ଇଣ୍ଟେଲିଜେନ୍ସ ଆଣ୍ଡ ସ୍ପେଶାଲ ଅପରେସନ । ଏହା ଇସ୍ରାଏଲର ନ୍ୟାସନାଲ ଇଣ୍ଟେଲିଜେନ୍ସ ଏଜେନ୍ସି ହୋଇଥିବାବେଳେ ୧୯୪୯ ମସିହାରେ ଏହାର ପ୍ରତିଷ୍ଠା କରାଯାଇଥିଲା । “ରେଥ ଅଫ ଗଡ଼’ ଅପରେସନ ସମୟରେ ମୋସାଦର ଏଜେଣ୍ଟମାନେ ଫୋନ ବୋମା, ବିଷ ଛୁଞ୍ଚି, କାର ବୋମା ବ୍ୟବହାର କରି ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ । ୨୦ ବର୍ଷ ଧରି ଚାଲିଥିବା ଏହି ଅପରେସନରେ ୯ ଜଣ ଫିଲିସ୍ତାନ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା । ୨୦୧୨ ମସିହାରେ ମଧ୍ୟ ନୂଆଦିଲ୍ଲୀର ଇସ୍ରାଇଲ ଦୂତାବାସ ବାହାରେ ଯେତେବେଳେ କାର ଯୋଗେ ଆକ୍ରମଣ କରାଯାଇଥିଲା ସେତେବେଳେ ମୋସାଦ ମଧ୍ୟ ନିଜର ଯାଞ୍ଚ କରିଥିଲା । ଆଉ ଏହି ଆକ୍ରମଣ ପଛରେ ଇରାନର ରିଭୋଲ୍ୟୁସନରି ଗାର୍ଡସ କର୍ପସର ହାତ ଥିବା ମୋସାଦ ଜାଣିବାକୁ ପାଇଥିଲା ।

Leave A Reply

Your email address will not be published.