ବୋମା ବିସ୍ଫୋରଣରେ ୩ ଶିଶୁ ଆହତ

0 78

ଧାନବାଦ, ୧ ।୨ : ଝାଡ଼ଖଣ୍ଡ ଧାନବାଦରେ ବୋମା ବିସ୍ଫୋରଣରେ ୩ ଶିଶୁ ଗୁରୁତର ଆହତ ହୋଇଛନ୍ତି । ଘଟଣା କେନ୍ଦୁଆଡିହ ଥାନା ଅନ୍ତର୍ଗତ କେନ୍ଦୁଆ ମଛଲୀ ପଟ୍ଟୀ ଅଞ୍ଚଳର । ୩ ଶିଶୁ ବୋମାକୁ ବଲ ଭାବି ଖେଳିବାକୁ ଲାଗିଲେ । ଖେଳୁଥିବା ସମୟରେ ବୋମା ଫାଟି ଯାଇଥିଲା । ବୋମା ବିସ୍ଫୋରଣରେ ୩ ଶିଶୁ ଗମ୍ଭୀର ଆହତ ହୋଇଛନ୍ତି । ୩ ଶିଶୁଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଜଣେ ଶିଶୁର ଅବସ୍ଥା ସଙ୍କଟାପନ୍ନ ରହିଛି । ଉକ୍ତ ଶିଶୁର ଡାହାଣ ହାତ ଗମ୍ଭୀର କ୍ଷତବିକ୍ଷତ ହୋଇଛି । ଖେଳୁଥିବା ସମୟରେ ଜଣେ ଶିଶୁ ମାଟି ତଳେ ଲୁଚେଇ ରଖିଥିବା ବୋମାକୁ ବାହାର କରି ପଥରରେ ଫୋପାଡ଼ି ଦେଇଥିଲା । ଫଳରେ ଭୀଷଣ ଶବ୍ଦ କରି ବୋମା ବିସ୍ଫୋରଣ ହୋଇଥିଲା ଓ ୩ ଶିଶୁ ଆହତ ହୋଇଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଟି ତଳେ ପ୍ଲାଷ୍ଟିକ ଡବାରେ ଲୁଚେଇ ରଖିଥିବା ଜୀବନ୍ତ ବୋମା ଜବତ କରିଛି । କୌଣସି ବଡ ଧରଣର ବିସ୍ଫୋରଣ ପାଇଁ ଅପରାଧୀ ବୋମା ମାଟି ତଳେ ଲୁଚେଇ ରଖିଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.