ଟିଏମସିରୁ ଇସ୍ତଫା ଦେଲେ ଆଉ ଜଣେ ବିଧାୟକ

0 85

କୋଲକାତା, ୧ ।୨: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଦଳଡିଆଁ ପର୍ବ ଜାରି ରହିଛି । ଜଣକ ପରେ ଜଣେ ନେତା ଟିଏମସି ଛାଡ଼ି ବିଜେପିରେ ସାମିଲ ହେଉଥିବା ଦେଖିବାକୁ ମିଳିଛି । ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗୋଟିଏ ପରେ ଗୋଟିଏ ଝଟ୍କା ଲାଗୁଛି । ପୁଣି ଜଣେ ଟିଏମ୍ସି ବିଧାୟକ ଦଳ ଛାଡ଼ିଛନ୍ତି । ଡାଏମଣ୍ଡ ହାର୍ବର ବିଧାୟକ ଦୀପକ ହଳଧର ଦଳ ଛାଡ଼ିଥିବା ଜଣାପଡ଼ିଛି । ହଳଧର ଦଳରୁ ଇସ୍ତଫା ଦେଇଛନ୍ତି । ଗୋଟିଏ ସପ୍ତାହରେ ମମତାଙ୍କୁ ଦ୍ୱିତୀୟ ବଡ଼ ଝଟ୍କା ଲାଗିଛି । ଏହା ପୂର୍ବରୁ ମମତା ସରକାରଙ୍କ ମନ୍ତ୍ରୀ ରାଜୀବ ବାନାର୍ଜୀ ଟିଏମ୍ସି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ତୃଣମୂଳ କଂଗ୍ରେସର ୫ ବରିଷ୍ଠ ନେତା ବିଜେପିରେ ସାମିଲ ହୋଇସାରିଛନ୍ତି । ପଶ୍ଚିମବଙ୍ଗରେ ଚଳିତବର୍ଷ ଏପ୍ରିଲ-ମେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଦିଦିଙ୍କୁ ଲାଗିଛି ଶକ୍ତ ଧକ୍କା । ଗତବର୍ଷ ଡିସେମ୍ବରରେ ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ଗସ୍ତ କରିଥିଲେ । ଏହି ସମୟରେ ଦିଦିଙ୍କ ନିକଟତର ଶୁଭେନ୍ଦୁ ଅଧିକାରୀ ବିଜେପିରେ ସାମିଲ ହୋଇଥିଲେ । ଏହା ପରଠୁ ଟିଏମସି ଭିତରେ କନ୍ଦଳ ଲାଗି ରହିଛି । ନେତା ଦଳ ଛାଡ଼ି “ପଦ୍ମ’ ଧରୁଛନ୍ତି । ଜାନୁଆରୀରେ ରାଜ୍ୟର ଶାନ୍ତିପୁର ବିଧାନସଭା ସିଟ୍ର ତୃଣମୂଳ ବିଧାୟକ ଅରିନ୍ଦମ ଭଟ୍ଟାଚାର୍ଯ୍ୟ ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.