ରଙ୍କାବାହାଲ ରେ ଗ୍ରାମାଞ୍ଚଳ ଫୁଟବଲ ପ୍ରତିଯୋଗିତା

0 65

ଧର୍ମଗଡ-୧୦ା୨ା୨୧; ଧର୍ମଗଡ ବ୍ଲକ ଅନ୍ତର୍ଗତ ରଙ୍କାବାହଲ ଗ୍ରାମ ଖେଳ ପଡିଆ ଠାରେ ମାଁ ଭଣ୍ଡାରଘରିଆଣୀ ଫୁଟବଲ କପ ଖେଳ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଦିବସ ରେ ଆୟୋଜିତ ପ୍ରଥମ ମ୍ୟାଚ ଚକୁଳି ଓ ତାଲପଦର ଦଳ ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା । ପେନାଲ୍ଟି ସୁଟ ଆଉଟ ମାଧ୍ୟମ ରେ ୧-୦ ଗୋଲ ରେ ଚକୁଳି ଦଳ ବିଜୟ ଲାଭ କରିଥିଲା । ସେହି ପରି ଦ୍ୱିତିୟ ମ୍ୟାଚ ରେ ରଙ୍କାବାହାଲ ଦଳ କାଲୋପଲା ଦଳ କୁ ୧-୦ ଗୋଲ ରେ ହରାଇ ଥିଲା । ରେପୂର୍ବତନ ବ୍ଲକ କଂଗ୍ରେସ ସଭାପତି ସନ୍ତୋଷ କୁମାର ପାଢୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳ ଟିକୁ ଉଦଘାଟନ କରିଥିଲେ । ଶଶି ପଟେଲ ଛବିରାମ ରାଉତ, କ୍ରିଡା କମିଟି ସଭାପତି ପରମାନନ୍ଦ ଦଣ୍ଡସେନା, ସଂପାଦକ କ୍ଷିରସିନ୍ଧୁ ପଟେଲ, ଚନ୍ଦ୍ରମଣୀ ପାଢୀ ଓ ବଦ୍ରିନାଥ ଗୋପାଲ ପ୍ରମୂଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.