ଗୁଣି ସନ୍ଦେହରେ ପାଷ୍ଟରଙ୍କୁ ଗୁଳି

0 65

ପାରଳାଖେମୁଣ୍ଡି, ୧୦ା୨ (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ କାଟାମା ପଞ୍ଚାୟତର ଜାଡିଙ୍ଗି ଗ୍ରାମ ଠାରେ ଜଣେ ପାଷ୍ଟରଙ୍କୁ ଗୁଣିଗାରେଡି ସନ୍ଦେହରେ ଗୁଳିକାଣ୍ଡପରି ଘଟଣା ଘଟିଥିବା ଜଣାପଡିଛି । ଏଥିରେ ପାଷ୍ଟର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗୁଳିକାଣ୍ଡ କରିଥିବା ଆସାମୀ ଫେରାର ଅଛି । ଗିରଫ ପାଇଁ ପ୍ରୟାସ ଆରମ୍ଭ କରିଛି । ପାଷ୍ଟର ଡମ୍ବରୁଧର ମାଝୀ (୩୩) ନିଜ ଗ୍ରାମ ନିକଟସ୍ଥ ଚର୍ଚ୍ଚକୁ ପ୍ରାର୍ଥନା କରିବାପାଇଁ ଯାଉଥିବାବେଳେ ପୂର୍ବରୁ ସେଠାରେ ସାରୁମେରା ଗ୍ରାମ ନିକଟରେ ରହିଥିବା ୩ଜଣ ଯୁବକ ତାଙ୍କ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇଥିଲେ । ମାତ୍ର ଗୁଳି ତାଙ୍କୁ ନବାଜି ତାଙ୍କର ବାଇକୁ ବାଜିଥିଲା । ଅଳ୍ପକେ ଜୀବନ ବର୍ତ୍ତିବାପରେ ପ୍ରାଣଭୟରେ ସେ ଗାଡି ଛାଡି ଦୈଡିବାକୁ ଆରମ୍ଭ କରିଥିଲେ । ସେ ଦୈଡିବା ସମୟରେ ଏହି ଦୁର୍ବୃତ୍ତମାନେ ତାଙ୍କ ଉପରକୁ ପଥରମାଡ କରିବାରୁ ସେ ଆହତ ହୋଇପଡିଥିବା ଜଣାପଡିଛି । ସେ ବର୍ତ୍ତମାନ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଅଭିଯୋଗ ପରେ ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଓ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ôଚ ଗୋଟିଏ ବାଇକ ଜବତ କରିଛନ୍ତି । ଏନେଇ ଅଡବା ଥାନାରେ ମାମଲା ରୁଜୁ ହେବା ସହ ଫେରାର ଆସାମୀଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଥାନା ସୂତ୍ରରୁ ପ୍ରକାଶ । ଘଟଣାରୁ ପ୍ରକାଶ ଯେ ସାଗର ମାଝୀଙ୍କ ଏକ ୯ମାସ ଶିଶୁପୁତ୍ର ଗୁଣି ଗାରିଡି ଦ୍ୱରା ମୃତ୍ୟୁ ଘଟିଥିବାବେଳେ ଏହି ଗୁଣିଗାରିଡି ପାଷ୍ଟର ଡମ୍ବରୁ କରିଥିବାର ସନ୍ଦେହରେ ଏହିପରି ଗୁଳିକାଣ୍ଡ ଘଟିଥିବାର ସନ୍ଦେହ କରାଯାଉଛି ।

Leave A Reply

Your email address will not be published.