୧୦ମ ଶ୍ରେଣୀ ଛାତ୍ରୀ ନିଖୋଜ

0 72

ପାରଳାଖେମୁଣ୍ଡି, ୧୦ା୨ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦର ମହକୁମା ଗୁମ୍ମା ଠାରେଥିବା କସ୍ତୁରବା ଗାନ୍ଧୀ ବିଦ୍ୟାଳୟର ଜଣେ ୧୦ମଶ୍ରେଣୀ ଛାତ୍ରୀ ନିଖୋଜ ହୋଇଥିବାର ଅଭିଯୋଗ ହୋଇଛି । ଏନେଇ ପ୍ରଧାନ ଶିକ୍ଷକ ସେରଙ୍ଗ ଥାନାରେ ଏତଲା ଦେଇଥିବାର ଜଣାପଡିଛି । ପ୍ରଧାନ ଶିକ୍ଷକ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି ଯେ ସରକାରୀ ବାଳିକା ବିଦ୍ୟାଳୟରେ ଅଧ୍ୟୟନ ରତ ଛାତ୍ରୀ ତୁମୁଚର ଗ୍ରାମର ଏବୋଲ ଗମାଙ୍ଗଙ୍କ ନାବାଳିକା ଝିଅ ନିବେନି ଗମାଙ୍ଗ(୧୬) ୬ ତାରିଖ ମଧ୍ୟାହ୍ନ ସମୟରେ ସସ୍ତୁରବା ଗାନ୍ଧୀ ବିଦ୍ୟାଳୟକୁ ଖାଇବାକୁ ଆସିଥିଲେ କିନ୍ତୁ ତାପରେ ଆଉ ସ୍କୁଲକୁ ଫେରିନଥିଲେ । ଏହି ସମୟରେ ସେ ସ୍କୁଲ ୟୁନିଫର୍ମ ପିନ୍ଧିଥିଲେ । କସ୍ତୁରବା ଗାନ୍ଧୀ ବିଦ୍ୟାଳୟର କର୍ମଚାରୀ ମାନେ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ତାର ପତା ମିଳିନଥିଲା । ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସେରଙ୍ଗ ଥାନାରେ ଏତଲା ଦେଇଥିଲେ । ଏନେଇ ସେରଙ୍ଗ ଥାନାରେ ୮/୨୧ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତକାରୀ ଅଧିକାରୀ ଏସ୍. ଗଜପତି ଦୋରା ଅନୁସନ୍ଧାନ କରୁଥିବାର ସେରଙ୍ଗ ଥାନା ଅଧିକାରୀ ସ୍ୱରୂପ କିଶନ ଜଣାଇଛନ୍ତି ।

Leave A Reply

Your email address will not be published.