ରାମମନ୍ଦିର ନାଁରେ ନିର୍ବାଚନ ପାଣ୍ଠି ଯୋଗାଡ଼ କରୁଛି ବିଜେପି : ଓମପ୍ରକାଶ

0 64

ବଲିଆ, ୧୦ ।୨: ଭାରତୀୟ ଜନତା ପାର୍ଟିର (ବିଜେପି)ର ପୂର୍ବତନ ସହଯୋଗୀ ଦଳ ସୁଢଲଦେବ ଭାରତୀୟ ସମାଜପାର୍ଟି (ସୁଭାସପା) ନେତା ତଥା ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ରାଜଭର ଅଯୋଧ୍ୟା ରାମମନ୍ଦିର ଓ ବିଜେପି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ରାମମନ୍ଦିରକୁ ସେ ଶତାବ୍ଦୀର ସବୁଠୁ ବଡ ଅନିୟମିତତା ବୋଲି କହିଥିବା ବେଳେ ମନ୍ଦିର ତୋଳିବା ବାହାନାରେ ବିଜେପି ସାରା ଦେଶରୁ ନିର୍ବାଚନ ଲାଗି ଚାନ୍ଦା ସଂଗ୍ରହ କରୁଥିବା କହିଛନ୍ତି । ମଙ୍ଗଳବାର ରାତ୍ରିରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜଭର ଏହି ଅଭିଯୋଗ ଆଣିଥିଲେ । ସେ କହିଥିଲେ ଯେ ଅଯୋଧ୍ୟ ରାମମନ୍ଦିର ନିର୍ମାଣ ଲାଗି ଦୈନିକ ଦେଶର କୋଣ ଅନୁକୋଣରୁ ଶହଶହ କୋଟି ଟଙ୍କା ଚାନ୍ଦା ସଂଗୃହୀତ ହେଉଛି । ଗୋଟିଏ ମନ୍ଦିର ନିର୍ମାଣ ଲାଗି କେତେ କୋଟି ଟଙ୍କା ଆବଶ୍ୟକ ବୋଲି ସେ ପ୍ରଶ୍ନ କରିଛନ୍ତି । ମନ୍ଦିର ନିର୍ମାଣ ଲାଗି ଏବେ ନୁହେଁ ଦୀର୍ଘ ବର୍ଷରୁ ଦେଶରେ ଚାନ୍ଦା ଓ ଦାନ ସଂଗ୍ରହ ଚାଲିଛି । ସେ ବାବଦରେ ଆଦାୟ ଅର୍ଥର ହିସାବ ମିଳୁନଥିବା ବେଳେ ଏବେ ଦୈନିକ ଶହଶହ କୋଟି ଟଙ୍କା ସଂଗ୍ରହ ଚାଲିଥିବା କହିଛନ୍ତି । ଏହି ଅର୍ଥରେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ହେବ ନା ବିଜେପିର ନିର୍ବାଚନ ପାଣ୍ଠି ମଜଭୁତ ହେଉଛି ସେ ନେଇ ରାଜଭାର ପ୍ରଶ୍ନ ଉଠାଇଛନ୍ତି । ପୂର୍ବରୁ ଅଯୋଧ୍ୟା ଶ୍ରୀରାମମନ୍ଦିର ନିର୍ମାଣକୁ ନେଇ ଦ୍ୱାରକା ଶାରଦାପୀଠ ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ମନ୍ଦିର ନିର୍ମାଣ ଲାଗି ସାରା ଦେଶରେ ଚାନ୍ଦା ସଂଗ୍ରହକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ପୂର୍ବରୁ ଏଥିଲାଗି ସଂଗୃହୀତ ଅର୍ଥର ହିସାବ ମିଳୁନଥିବା ବେଳେ ଏବେ ସଂଗୃହୀତ ବେଞ୍ଚ ହିସାବ ଅର୍ଥ ନେଇ ମଧ୍ୟ କୌଣସି ସୂଚନା ମିଳୁନଥବା କହିଥିଲେ । ଅନ୍ୟପକ୍ଷରେ ଏଠାରେ ରାମମନ୍ଦିର ନୁହେଁ ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟାଳୟର ନିର୍ମାଣ ଚାଲିଥିବାର ଆଶଙ୍କା କରିଥିଲେ । ସେହିପରି ଶ୍ରୀରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଓ ଟ୍ରଷ୍ଟିମାନେ କିଏ ତାହା ମଧ୍ୟ ସେ ଜାଣନ୍ତିନାହିଁ ବୋଲି କହିଥିଲେ । ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ଆରାଧନାର ସ୍ଥଳ ହେଉ ସେଥିପାଇଁ ଆମେ ଯାହା ସବୁ କରିଥିଲୁ ସେ ସବୁକୁ କେହି ଅପହରଣ କରିନେଇଥିବା ଶଙ୍କାରଚାର୍ଯ୍ୟ କହିଥିଲେ ।

Leave A Reply

Your email address will not be published.