କ୍ରମାଗତ ୪ର୍ଥ ଦିନ ପାଇଁ ବଢ଼ିଲା ତୈଳଦର

0 77

ନୂଆଦିଲ୍ଲୀ, ୧୨ ।୨: କ୍ରମାଗତ ଭାବେ ଦେଶରେ ବଢ଼ି ଚାଲିଛି ଉଭୟ ପେଟ୍ରୋଲ ଓ ଡିଜେଲ ଦର । ଆଜି ୪ର୍ଥ ଦିନ ପାଇଁ ତୈଳ ଦର ମହଙ୍ଗା ହୋଇଛି । ବର୍ଦ୍ଧିତ ଦର ଲାଗୁ ହେବା ପରେ ଦେଶର ୪ ପ୍ରମୁଖ ସହରରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି । ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୨୯ ପଇସା ବଢ଼ିଥିବା ବେଳେ ଡିଜେଲର ଲିଟର ପିଛା ଦର ୩୫ ପଇସା ମହଙ୍ଗା ହୋଇଛି । ଫଳରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦର ୮୭.୮୫ ଟଙ୍କାରୁ ବଢ଼ି ୮୮.୧୪ ଟଙ୍କା ହୋଇଛି । ଡିଜେଲର ଲିଟର ପିଛା ଦର ମଧ୍ୟ ୭୭.୦୩ ଟଙ୍କାରୁ ବୃଦ୍ଧି ପାଇ ୭୮.୩୮ ଟଙ୍କାରେ ପହଞ୍ଚିଛି । ସେହିପରି ମୁମ୍ୱାଇରେ ପେଟ୍ରୋଲର ଲିଟର ପିଛା ଦର ୯୪.୬୪ ଟଙ୍କା ଓ ଡିଜେଲର ଲିଟର ପିଛା ଦର ୮୫.୩୨ ଟଙ୍କା ରହିଛି । ଚେନ୍ନାଇରେ ପେଟ୍ରୋଲର ଲିଟର ପିଛା ଦର ୯୦.୪୪ ଟଙ୍କା ଥିବା ବେଳେ ଡିଜେଲର ଲିଟର ପିଛା ଦର ୮୩.୫୨ ଟଙ୍କା ଓ କୋଲକତାରେ ପେଟ୍ରୋଲ ଏବଂ ଡିଜେଲ ଦର ଯଥାକ୍ରମେ ୮୯.୪୪ ଟଙ୍କା ଓ ୮୧.୯୬ ଟଙ୍କା ରହିଛି । ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲର ଲିଟର ପିଛା ଦର ୨୯ ପଇସା ଓ ଡିଜେଲ ଲିଟର ପିଛା ୩୮ ପଇସା ମହଙ୍ଗା ହୋଇଛି । ନୂଆ ଦର ପରେ ଏଠାରେ ପେଟ୍ରୋଲର ଲିଟର ପିଛା ଦର ୮୮.୮୩ ଟଙ୍କା ଓ ଡିଜେଲର ଲିଟର ପିଛା ଦର ୮୫.୪୦ ଟଙ୍କା ଛୁଇଁଛି । ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ ୬୦.୭୬ ଡଲାର ରହିଛି । ଗୁରୁବାର ଅଶୋଧିତ ତୈଳର ଦାମ ୬୧.୦୪ ଡଲାର ରହିଥିଲା ।

Leave A Reply

Your email address will not be published.