ମଲ୍ଲିକାର୍ଜୁନ ହେବେ ବିରୋଧୀ ଦଳ ନେତା

0 78

ନୂଆଦିଲ୍ଲୀ, ୧୨ ।୨: କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ହେବେ ବିରୋଧୀ ଦଳ ନେତା । ରାଜ୍ୟସଭାରେ ଗୁଲାମ ନବୀ ଆଜାଦଙ୍କ କାର୍ଯ୍ୟକାଳ ଶେଷ ହେବା ପରେ କଂଗ୍ରେସ ମଲ୍ଲିକାର୍ଜୁନ ଖଡଗେଙ୍କୁ ବିରୋଧୀ ଦଳର ନେତା ଭାବେ ଚୟନ କରିଛି । ଏନେଇ ସଙ୍ଗଠନ ମହାସଚିବ ବେଣୁ ଗୋପାଳ ସୂଚନା ଦେଇଛନ୍ତି । ଏହାସହ କଂଗ୍ରେସ ରାଜ୍ୟସଭା ସଭାପତି ଭେଙ୍କୟା ନାଇଡୁଙ୍କୁ ମଧ୍ୟ ଏନେଇ ଜଣାଇ ଦେଇଛନ୍ତି । ଗୁଲାମ ନବୀ ଆଜାଦ ଅବସର ନେବା ପରେ ଏବେ ଖଡଗେ ରାଜ୍ୟସଭାରେ ବିରୋଧୀ ଦଳ ନେତା ହେବେ ବୋଲି କଂଗ୍ରେସ କହିଛି । ଖଡଗେ ୨୦୧୪ରୁ ୨୦୧୯ ଯାଏଁ ଲୋକସଭାରେ କଂଗ୍ରେସ ନେତା ରହିସାରିଛନ୍ତି । ବଡକଥା ହେଉଛି ଯେ, ୨୦୧୯ରେ ଖଡେଗ ଲୋକସଭା ନିର୍ବାଚନ ହାରି ଯାଇଥିଲା । ମଲ୍ଲିକାର୍ଜୁନ ଖଡଗେ ରାହୁଲଙ୍କ ଅତି ଖାସ୍ ଅଟନ୍ତି । ୨୦୧୯ରେ ସେ ଲୋକସଭା ନିର୍ବାଚନରେ ପରାସ୍ତ ହେବା ପରେ ବି ତାଙ୍କୁ ରାଜ୍ୟସଭା ପାଇଁ ସୁଯୋଗ ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ, ରାଜ୍ୟସଭାରେ ଫେବ୍ରୁଆରୀ ୧୫ରୁ ଜମ୍ମୁ-କାଶ୍ମୀରର କୌଣସି ପ୍ରତିନିଧି ରହିବେ ନାହିଁ । ଏଠାରୁ ୪ଟି ରାଜ୍ୟସଭା ଆସନ ଥିଲା । କିନ୍ତୁ କେନ୍ଦ୍ରଶାସିତ ପ୍ରଦେଶ ହେବା ପରେ ଏଠାରେ ନିର୍ବାଚନ ହୋଇନାହିଁ । ଫଳରେ ରାଜ୍ୟସଭାରେ କୌଣସି ସଦସ୍ୟ ରହିବେ ନାହିଁ । ପିଡିପିର ୨ ସାଂସଦଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଯିବ ।

Leave A Reply

Your email address will not be published.