ଫାଟିଲା ଭୁପୃଷ୍ଠ, ଲୋକେ ଭୟଭୀତ

0 75

କୁଲ୍ଲୁ,୧୭ ।୨ : ହିମାଚଳ ପ୍ରଦେଶ କୁଲ୍ଲୁ ଜିଲ୍ଲାରେ ଏକ ଚକିତ କଲାଭଳି ମାମଲା ସାମ୍ନାକୁ ଆସିଛି । ଏହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । କୁଲ୍ଲୁରେ ଆଗ୍ନେୟଗିରି ଫାଟି ଭୁପୃଷ୍ଠରୁ ଲାଭା ନିର୍ଗତ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, କୁଲ୍ଲୁ ଜିଲ୍ଲା ନାଗଣି ଗାଁ ନିକଟରେ ବିଜୁଳି ଖୁଣ୍ଟ ତଳୁ ହଠାତ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପରେ ଧୂଆଁ ଓ ନିଆଁ ବାହାରିଥିଲା । ଏହାପରେ ଭୁପୃଷ୍ଠରୁ ଲାଭା ଭଳି ପଦାର୍ଥ ବାହାରିଥିଲା । ଘଟଣା ପରେ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ମାଟି ତଳୁ ଲାଭା ଭଳି ପଦାର୍ଥ ନିର୍ଗତ ହେଉଥିବା ଭିଡିଓରେ ସ୍ପଷ୍ଟ ନଜର ଆସିଛି । ବିଜୁଳି ଖୁଣ୍ଟର ଦୁଇ ମୁହଁରୁ ଧୂଆଁ ବାହାରୁଥିବା ମଧ୍ୟ ନଜର ଆସିଛି । ଗ୍ରାମବାସୀ ଦୂରରୁ ବି ଏହି ଦୃଶ୍ୟ ଦେଖିଛନ୍ତି । ଲାଭା ନିର୍ଗତ ଓ ବିସ୍ଫୋରଣ ଯୋଗୁଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଭୁପୃଷ୍ଠରୁ ନିର୍ଗତ ହେଉଥିବା ଏହି ପଦାର୍ଥ କଣ ଓ ଏହାର କାରଣ କଣ ତାର ଯାଞ୍ଚ କରିବାକୁ ଲୋକେ ଦାବି କରିଛନ୍ତି । ଆନି ଏସଡ଼ିଏମ ଚେତ ସିଂହ କହିଛନ୍ତି ଯେ ଆନି ତହସିଲଦାରଙ୍କ ଅଧ୍ୟକ୍ଷତାରେ ଘଟଣାସ୍ଥଳକୁ ଏକ ଟିମ ପଠାଯିବ ଏବଂ ଘଟଣାର ତଦନ୍ତ କରାଯିବ । ପୃଥିବୀ ତଳେ ଶକ୍ତି କିମ୍ବା ଜିଓଥର୍ମାଲ୍ ଶକ୍ତି ଦ୍ୱାରା ପଥର ତରଳିଯାଏ ସେତେବେଳେ ମାଟି ତଳୁ ଉପର ଆଡକୁ ଏକ ଚାପ ସୃଷ୍ଟି ହୋଇଥାଏ । ଏହାଦ୍ୱାରା ମାଟି ଫାଟିଯାଇଥାଏ । ଏହାକୁ ଆଗ୍ନେୟଗିରି କୁହାଯାଏ । ଆଗ୍ନେୟଗିରି ତଳେ ତରଳି ଯାଇଥିବା ପଥର ଓ ଗ୍ୟାସ ଥର ଯାହାକୁ ମ୍ୟାଗ୍ମା କୁହାଯାଏ । ଆଗ୍ନେୟଗିରି ଫାଟିବା ପରେ ଏହି ଗ୍ୟାସ ନିର୍ଗତ ହୋଇଥାଏ ଯାହାକୁ ଲାଭା କୁହାଯାଏ ।

Leave A Reply

Your email address will not be published.