କାର୍ ସହ ଜଳିଗଲେ ଡ୍ରାଇଭର

0 64

ରାଞ୍ଚି, ୧୭ ।୨: ଝାଡଖଣ୍ଡର ଜାମସେଦପୁର ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ଘଟିଛି । ଚଳନ୍ତା ସ୍କର୍ପିଓରେ ନିଆଁ ଲାଗିଯିବାରୁ ଜୀବନ୍ତ ଦଗ୍ଧ ହୋଇଯାଛନ୍ତି ଡ୍ରାଇଭର । ସୋନାରୀ ଥାନା ଅନ୍ତର୍ଗତ ମରିନ ଡ୍ରାଇଭ ସ୍ଥିତ ସ୍କ୍ରାଚ୍ ବାର ନିକଟରେ ମଙ୍ଗଳବାର ରାତିରେ ଏହି ଅଘଟଣା ଘଟିଛି । ରାସ୍ତାରେ ଯାଉଥିବା ଏକ ସ୍କର୍ପିଓରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ ଗାଡି ଭିତରୁ ଡ୍ରାଇଭର ବାହାରି ପାରିନଥିଲେ । ଫଳରେ ସେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । କାର୍ର ସେଣ୍ଟ୍ରାଲ ଲକ୍ ସଠିକ ସମୟରେ ଖୋଲିନଥିବାରୁ ଡ୍ରାଇଭର ଜଣକ ବାହାରକୁ ବହାରି ପାରିନଥିଲେ । ଫଳରେ ସେ କାର ଭିତରେ ଫସି ଯାଇଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ସେପଟେ ଖବର ପାଇ ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା । ପୁଲିସ ଉପସ୍ଥିତିରେ ଗାଡିର ଝରକା ଭାଙ୍ଗି ଡ୍ରାଇଭରଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁଲିସ ପଠାଇଛି । ପୁଲିସ ସୂଚନା ମୁତାବକ, ଉକ୍ତ କାରଟି ପୋଟକା ଥାନା ଅନ୍ତର୍ଗତ ଜୁଡି ଗାଁର । ଦୁର୍ଘଟଣା ସମୟରେ କାରଟି ରାଞ୍ଚିରୁ ଆସୁଥିଲା । ତେବେ କେଉଁ କାରଣ ଯୋଗୁଁ ଚଳନ୍ତା କରରେ ନିଆଁ ଲାଗିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.