ବୋମା ତିଆରି ଶିଖୁଥିବା ବେଳେ ବିସ୍ଫୋରଣ

0 68

୩୦ ତାଲିବାନୀ ଆତଙ୍କବାଦୀ ମୃତ

କାବୁଲ, ୧୭ ।୨: ଖରାପ କର୍ମର ଫଳ ବି ଖରାପ । ଠିକ୍ ଏମିତି ହୋଇଛି ତାଲିବାନ ଆତଙ୍କବାଦୀଙ୍କ ସହ । ଆଫଗାନିସ୍ତାନର ଏକ ମସ୍ଜିଦରେ ବୋମା ତିଆରି କରିବାକୁ ନେଇ ପ୍ରଶିକ୍ଷଣ ନେଉଥିବା ତାଲିବାନୀ ଆତଙ୍କବାଦୀଙ୍କ ଏହି କ୍ଲାସ୍ ମହଙ୍ଗା ସାବ୍ୟସ୍ତ ହୋଇଛି । ବୋମା ତିଆରି କଳା ଶିଖୁଥିବା ବେଳେ ଘଟିଥିଲା ବେସ୍ଫୋରଣ । ବିସ୍ଫୋରଣରେ ୩୦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଆଫଗାନିସ୍ତାନ ସେନା ପକ୍ଷରୁ ଏନେଇ ସୂଚନା ଦିଆଯାଇଥିବା ବେଳେ ୬ ବିଦେଶୀ ଏବଂ ୩୦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ବିଦେଶୀ ଆତଙ୍କବାଦୀ ବାରୁଦ ସୁଡ଼ଙ୍ଗ ତିଆରି କରିବା ବିଶେଷଜ୍ଞ ଥିଲେ । ଶନିବାର ଦିନ ଏମାନେ ଅନ୍ୟ ଆତଙ୍କବାଦୀଙ୍କୁ ବୋମା ତିଆରି କରିବାର କୌଶଳ ଶିଖାଉଥିଲେ । ଏହି ବିସ୍ଫୋରଣ ବାଲ୍ଫ ପ୍ରାନ୍ତର ଦୌଲତାବାଦ ଜିଲ୍ଲା କୁଲତାକ ଗାଁରେ ଘଟିଛି ବୋଲି କୁହାଯାଉଛି । ୬ ଜଣ ବିଦେଶୀଙ୍କ ପରିଚୟ ମିଳିପାରି ନାହିଁ । ଖମ୍ମା ପ୍ରେସର ରିପୋର୍ଟ ଅନୁସାରେ ତାଲିବାନୀ ଆତଙ୍କବାଦୀ ମସଜିଦ୍ ଭିତରେ ଜମା ହୋଇ ବୋମା ଏବଂ ଆଇଇଡି ପ୍ରସ୍ତୁତ ପ୍ରଣାଳୀ ଶିଖୁଥିଲେ ସେତେବେଳେ ହିଁ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ବ୍ୟତୀତ ଆଉ ଏକ ଆଇଇଡି ବିସ୍ଫୋରଣ ଖବର କୁନ୍ଦୁଜ ପ୍ରାନ୍ତରୁ ମିଳିଛି । ଏଥିରେ ଦୁଇଜଣ ଛୋଟ ପିଲାଙ୍କ ମୃତ୍ୟୁ ମଧ୍ୟ ହୋଇଛି । ତାଲିବାନ ଆତଙ୍କବାଦୀଙ୍କ ଦାବି ହେଉଛି ଆମେରିକା ଡୋନାଲ୍ଡ ଟ୍ରମ୍ପଙ୍କ ସମୟରେ ହୋଇଥିବା ରାଜିନାମାକୁ ମାନୁ ଏବଂ ନିଜର ସେନା ପ୍ରତ୍ୟାହାର କରୁ । ଏହାକୁ ନେଇ ୩୦ ନାଟୋ ରାଷ୍ଟ୍ରର ପ୍ରତିରକ୍ଷା ମନ୍ତ୍ରୀ ବୁଧବାର ବୈଠକ କରିବେ ବୋଲି ସୂଚନା ମିଳିଥିଲା ।

Leave A Reply

Your email address will not be published.