ଓକିଲ ଦମ୍ପତିଙ୍କୁ ବିଚ୍ ରାସ୍ତାରେ ହାଣିଦେଲେ

0 60

ହାଇଦ୍ରାବାଦ, ୧୮ ।୨: ତେଲେଙ୍ଗାନା ହାଇକୋର୍ଟର ଏକ ଓକିଲ ଦମ୍ପତିଙ୍କୁ ଗତକାଲି ବିଚ୍ ରାସ୍ତାରେ ଦିନ ଦ୍ୱିପ୍ରହରରେ କାର୍ରୁ ଟାଣି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ଦମ୍ପତି ହେଲେ ଗଟୁ ବାମନ ରାଓ ଏବଂ ତାଙ୍କ ସ୍ତ୍ରୀ ପିଭି ନାଗମଣି । ତେଲେଙ୍ଗାନାର ମନ୍ଥାନି ଓ ପେଡାପଲ୍ଲି ଯିବା ବାଟରେ ଓକିଲ ଦମ୍ପତିଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଏହି ଘଟଣାରେ ପୁଲିସ୍ ଛାନଭିନ୍କୁ ଜୋରଦାର କରିଥିବା ବେଳେ ହତ୍ୟାକାରୀର ଟେର ପାଇପାରିପାରିନି । ଗତକାଲି ତେଲେଙ୍ଗାନା ହାଇକୋର୍ଟରୁ କାମ ସାରି ଉଭୟ ଘରକୁ ଫେରୁଥିଲେ । ମାତ୍ର ଜନଗହଳିପୂର୍ଣ୍ଣ ବିଚ୍ ରାସ୍ତାରେ ଉଭୟଙ୍କୁ ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଏପରିକି ଗାଡ଼ି ଅଟକାଇ ଉଭୟଙ୍କୁ ଘୋଷାଡ଼ି ଆଣି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଖବର ପାଇ ପୁଲିସ୍ ଗୁରୁତର ଦମ୍ପତିଙ୍କୁ ମେଡିକାଲ ନେଇଥିବା ବେଳେ ସେଠାରେ ଉଭୟଙ୍କ ମୃତ୍ୟୁ ଘଟିଥିଲ । । ଏହାପରେ ଘଟଣାସ୍ଥଳରୁ ଏକ କାର୍ରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ସ୍ୱାମୀ ସ୍ତ୍ରୀଙ୍କୁ ହତ୍ୟା ବେଳର ଚିତ୍ର ରାସ୍ତାରେ ଯାଉଥିବା ଲୋକ ମୋବାଇଲ କ୍ୟାମେରାରେ କଏଦ କରିଥିଲେ । ଏହାକୁ ନେଇ ପୁଲିସ୍ ତଦନ୍ତ ଆରମ୍ଭ କରିଛି । ତୁରନ୍ତ ହତ୍ୟାକାରୀଙ୍କୁ ଗିରଫ କରିବାକୁ ତେଲେଙ୍ଗାନା ବାର୍ କାଉନସିଲ ପକ୍ଷରୁ ଦାବି କରାଯାଇଛି । ତେଲେଙ୍ଗାନା ଗୃହ ମନ୍ତ୍ରୀ ଘଟଣାକୁ ନିନ୍ଦା କରିବା ସହ ଖୁବ୍ଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି କହିଛନ୍ତି । ଏହି ଘଟଣାକୁ ନେଇ ସରଗରମ ପରିସ୍ଥିତି ଲାଗି ରହିଥିବା ବେଳେ ହତ୍ୟାକାରୀକୁ ଖୋଜିବାକୁ ତେଲେଙ୍ଗାନା ପୁଲିସ୍ ୬ଟି ଟିମ ଗଠନ କରି ଘଟଣାର ତଦନ୍ତ କରୁଛି । ଏବେ ଯାଏଁ ୧୦ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।

Leave A Reply

Your email address will not be published.