ପୁଣି ଉପରମୁହାଁ ତୈଳଦର

0 70

ନୂଆଦିଲ୍ଲୀ, ୨୦ ।୨: ଲଗାମ ଛଡ଼ା ହୋଇଛି ତେଲ ଦର । ଦିନକୁ ଦିନ ଉପରମୁହାଁ ହୋଇଚାଲିଛି ପ୍ରାଇସ କଣ୍ଟା । ଦେଶରେ ଲଗାତର ୧୨ ଦିନ ହେବ ବଢ଼ି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୩୯ ପଇସା ଓ ଡିଜେଲ ୩୭ ପଇସା ବୃଦ୍ଧି ଘଟିଛି । ଫଳରେ ବିଭିନ୍ନ ସହରରେ ପେଟ୍ରୋଲ ଓ ଡିଜେଲ ଦର ସେଞ୍ଚୁରୀ ଟପି ସାରିଲାଣି । ଭୁବନେଶ୍ୱରରେ ପେଟ୍ରୋଲ ଦର ଗତକାଲି ତୁଳନାରେ ୪୧ ପଇସା ବଢିଛି । ଫଳରେ ପେଟ୍ରୋଲ ଦର ଆଜି ୯୦ଟଙ୍କା ୨୫ ପଇସା ରହିଛି । ସେପଟେ ମାଲକାନଗିରିରରେ ପେଟ୍ରୋଲ ଦର ୯୪ ଟଙ୍କା ୮୮ ପଇସା ଥିବା ବେଳେ ଡିଜେଲ ଦର ୯୧ଟଙ୍କା ୬୧ ପଇସା ରହିଛି । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦ ଟଙ୍କା ୫୮ ପଇସା ବଢ଼ିଛି । ସେହିପରି ଡିଜେଲ ଦର ଲିଟର ପିଛା ୮୦ ଟଙ୍କା ୯୭ ପଇସାରେ ପହଞ୍ଚିଛି । ମୁମ୍ବାଇରେ ତେଲ ଦର ସେଞ୍ଚରୀ ମାରିବାକୁ ମାତ୍ର ଆଉ ୩ ଟଙ୍କା ବାକି ଅଛି । ସେଠାରେ ପେଟ୍ରୋଲ ଲିଟର ପିଛା ୯୭ ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ଦର ୮୮.୦୬ ପଇସା ରହିଛି । ଚେନ୍ନାଇରେ ପେଟ୍ରୋଲ ୯୨.୫୯ ଏବଂ ଡିଜେଲ ୮୫.୯୮ ଟଙ୍କା ରହିଛି । କୋଲକାତାରେ ପେଟ୍ରୋଲ ୯୧.୭୮ଟଙ୍କା ଓ ଡିଜେଲ ୮୪.୫୬ ଟଙ୍କା, ବେଙ୍ଗାଳୁରୁରେ ପେଟ୍ରୋଲ ୯୩.୬୧ ଟଙ୍କା ଓ ଡିଜେଲ ୮୫.୮୪ ଟଙ୍କା ରହିଛି । ଦେଶର ଏବେ ସବୁ ସହରରେ ପେଟ୍ରୋଲ ଓ ଡିଜେଲ ଦର “ଅଲ୍ ଟାଇମ ହାଇକ୍’ରେ ଚାଲିଛି । କେବଳ ଜାନୁଆରୀ ଏବଂ ଫେବ୍ରୁଆରୀ ମାସ ଭିତରେ ଦେଶର ତୈଳଦର ୬ଟଙ୍କା ୭୭ ପଇସା ବଢ଼ି ସାରିଲାଣି । ତୈଳ ଦରବୃଦ୍ଧି ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଚାରଆଡୁ ଏହାକୁ ବିରୋଧ କରାଯାଉଛି ।

Leave A Reply

Your email address will not be published.