ରିପୋର୍ଟରଙ୍କୁ ବନ୍ଧୁକ ଦେଖାଇ ଲୁଟିଲା ଦୁର୍ବୃତ୍ତ

0 63

ଏକ୍ୟୁଏଡୋର, ୨୦ ।୨: କ୍ୟାମେରା ସାମ୍ନାରେ ରିପୋର୍ଟର ଜଣଙ୍କ ରିପୋର୍ଟିଂ କରୁଥିବା ବେଳେ ତାଙ୍କ ସହ ଅଭାବନୀୟ ଘଟଣା ଘଟିଛି । ଟିଭିରେ ଲାଇଭ ରିପୋର୍ଟିଂ କରୁଥିବା ବେଳେ ହଠାତ୍ ଜଣେ ଲୁଟେରା ଆସି ତାଙ୍କୁ ବନ୍ଧୁକ ଦେଖାଇ ଲୁଟ କରିଥିବା ଜଣାପଡ଼ିଛି । ଏଭଳି ଏକ ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ଯେଉଁଥିରେ ଲୁଟେରା ଜଣଙ୍କ ବନ୍ଧୁକ ଦେଖାଇ ଲୁଟପାଟ୍ କରୁଥିବାର ଦେଖିବାକୁ ମିଳିଛି । ଭାଇରାଲ ହେଉଥିବା ଏହି ଭିଡିଓଟି ଦକ୍ଷିଣ ଆମେରିକାର ଏକୁଆଡୋରର ବୋଲି ଜଣାପଡ଼ିଛି । ଚଳିତ ସପ୍ତାହରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଏକ ଫୁଟବଲ ଷ୍ଟାଡିୟମ ବାହାରେ ରିପୋର୍ଟର ଜଣଙ୍କ ରିପୋର୍ଟିଂ କରୁଥିବା ବେଳେ ଲୁଟେରା ଜଣଙ୍କ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି । “ଦ ସନ୍’ର ରିପୋର୍ଟ ଅନୁଯାୟୀ ଏହି ଘଟଣା ରୋମେରୋ କାରବୋ ମୋନୁମେଣ୍ଟାଲ ଷ୍ଟାଡିୟମ ବାହାରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ସେଠାରେ ଡିଏଗୋ ଓର୍ଡିନୋଲା ନାମକ ବ୍ୟକ୍ତି ରିପୋର୍ଟିଂ କରୁଥିଲେ । ଏହି ସମୟରେ ଲୁଟେରା ଜଣଙ୍କ ଟୋପି ଓ ମାସ୍କ ପିନ୍ଧି ଆସି ରିପୋର୍ଟରଙ୍କୁ ବନ୍ଧୁକ ଦେଖାଇଥିଲା । ଅପରାହ୍ନ ୧ଟାରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି । ଲୁଟର ଶିକାର ହୋଇଥିବା ରିପୋର୍ଟର ଜଣଙ୍କ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଲୁଟେରା ଜଣଙ୍କ ରିପୋର୍ଟରଙ୍କ ପାଖରୁ ପଇସା ଲୁଟିବା ପାଇଁ ପ୍ରୟାସ କରୁଥିବା ବେଳେ କ୍ୟାମେରା ମ୍ୟାନଙ୍କ ପାଖରୁ କ୍ୟାମେରା ନେବାକୁ ପ୍ରୟାସ କରୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ତେବେ ଅଳ୍ପ କିଛି ଜିନିଷ ଲୁଟ୍ କରି ଲୁଟେରା ଜଣଙ୍କ ଦୌଡ଼ି ପଳାଇ ଯାଉଥିବା ଦେଖିବାକୁ ମିିଳିଛି । ପୁଲିସ ଅପରାଧୀକୁ ଖୁବଶୀଘ୍ର ଗିରଫ କରିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.