ଏମ୍ସରେ ଭର୍ତ୍ତି ହେଲେ ବିଜେପି ସାଂସଦ ପ୍ରଜ୍ଞା ଠାକୁର

0 72

ନୂଆଦିଲ୍ଲୀ, ୨୦ ।୨: ନିଃଶ୍ୱାସ ପ୍ରଶ୍ୱାସ ନେବାରୁ ଅସୁବିଧା ହେବାରୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଭୋପାଳର ବିଜେପି ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁର । ଶୁକ୍ରବାର ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ରହିଛି । ହସ୍ପିଟାଲରେ ଭର୍ତ୍ତି କରାଇବା ବେଳେ ପ୍ରଜ୍ଞା ଠାକୁରଙ୍କର କରୋନା ପରୀକ୍ଷା ହୋଇଥିଲା । ରିପୋର୍ଟ ନେଗେଟିଭ୍ ଆସିଥିବା ସୂଚନା ରହିଛି । ହସ୍ପିଟାଲର ଜଣେ ବରିଷ୍ଠ ଡାକ୍ତର କହିଛନ୍ତି, ପ୍ରଜ୍ଞା ଠାକୁର ଶୁକ୍ରବାର ଅପରାହ୍ନ ୪ଟା ୧୫ରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଉଚ୍ଚ ରକ୍ତଚାପ ସହିତ ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ତାଙ୍କ ପାଖରେ କରୋନାର କୌଣସି ଲକ୍ଷଣ ନାହିଁ । ଏହା ପୂର୍ବରୁ ଡିସେମ୍ୱର ୧୮ରେ ପ୍ରଜ୍ଞା ଠାକୁର ଏମ୍ସରେ ଭର୍ତ୍ତି ହୋଇଥିଲେ ।

Leave A Reply

Your email address will not be published.