ଲୁଚି ଲୁଚି ଟିକା ନେଲେ ସାମ୍ୱାଦିକ, ଇସ୍ତଫା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

0 59

ନୂଆଦିଲ୍ଲୀ, ୨୦ ।୨: କରୋନା ଟିକା ନେବା ପାଇଁ ଭାରତରେ ନେତା, ମନ୍ତ୍ରୀ ଏବଂ ଅନ୍ୟାନ୍ୟ ବ୍ୟକ୍ତି ସଙ୍କୋଚ ପ୍ରକାଶ କରୁଛନ୍ତି । ହେଲେ ଆର୍ଜେଣ୍ଟିନାରେ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳିଛି । ସ୍ଥିତି ଏମିତି ଉପୁଜିଛି ଯେ ସେଠିକାର ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଆର୍ଜେଣ୍ଟିନାରେ ପ୍ରାଥମିକ ପର୍ଯ୍ୟାୟରେ କିଛି ବର୍ଗର ଲୋକଙ୍କୁ ଟିକା ଦିଆଯିବ ବୋଲି ସ୍ଥିର ହୋଇଥିଲା । ହେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ବର୍ଗର ବାହାର ଲୋକଙ୍କୁ ଟିକା ଦେବାକୁ ସୁପାରିଶ କରିଥିଲେ । ପରେ ମାମଲା ପ୍ରଘଟ ହେବା ପରେ ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲବର୍ଟ ଫର୍ଣ୍ଣାଡିଜ ସ୍ୱାସ୍ଥ୍ୟମନ୍ତ୍ରୀ ଗିନିଜ ଗୋଜାଲେଜ ଗାର୍ସିଆଙ୍କୁ ଇସ୍ତଫା ଦେବାକୁ କହିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ଯେଉଁମାନଙ୍କୁ ଟିକା ଦେବା ପାଇଁ ସ୍ଥିର ହୋଇଥିଲା ସେଥିମଧ୍ୟରେ ସାମ୍ୱାଦିକ ନଥିଲେ । ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଗାର୍ସିଆ ଜଣେ ଜଣାଶୁଣା ସାମ୍ୱାଦିକଙ୍କୁ ଟିକା ଦେବା ପାଇଁ ସୁପାରିଶ କରିଥିଲେ । ଏହାପରେ ରାଷ୍ଟ୍ରପତି ତାଙ୍କ ଚିଫ୍ ଅପ୍ ଷ୍ଟାଫଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ ପରାମର୍ଶ ଦେଇଥିଲେ । ଏହାପରେ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ହେଲେ ଇସ୍ତଫା ଦେଇଥିବା ନେଇ ସାର୍ବଜନୀନ ଭାବରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ହେଲେ ସେ ଆଉ ସରକାରରେ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ତେବେ ଯେଉଁ ସାମ୍ୱାଦିକଙ୍କୁ ଟିକା ପାଇଁ ଗାର୍ସିଆ ସୁପାରିଶ କରିଥିଲେ ସେହି ସାମ୍ୱାଦିକଙ୍କ ନାଁ ହେଉଛି ହୋରାସିଓ । ଟିକା ନେବା ପାଇଁ ସେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହାପରେ ମନ୍ତ୍ରୀ ତାଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଡାକି ଶୁକ୍ରବାର ସ୍ପୁଟନିକ ଭି ଟିକା ଦେଇଥିଲେ । ସୂଚନାଯୋଗ୍ୟ, ଆର୍ଜେଣ୍ଟିନାରେ ଏହି ଅଭିଯୋଗ ନୂଆ ନୁହେଁ । ମେୟର, ସାଂସଦ, ନେତା ଏବଂ ଶାସନରେ ଥିବା ବିଧାୟକ, ସରକାରୀ ଅଫିସର ଲୁଚି ଛପି କରୋନା ଟିକା ନେଉଥିବା ଅଭିଯୋଗ ହୋଇଛି । ଆର୍ଜେଣ୍ଟିନାରେ ୨୦ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ୫୦, ୮୫୭ ଜଣ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.