ଟନେଲ ଭିତରୁ ବାହାରିଲା ଆଉ ୫ ମୃତଦେହ

0 73

ଡେରାଡୁନ, ୨୧ ।୨: ତପୋବନର ଜଳଭଣ୍ଡାର ଭଗ୍ନାବଶେଷ ତଳୁ ବାହାରିଲା ଆଉ ୫ ମୃତଦେହ । ଏନେଇ ଉତ୍ତରାଖଣ୍ଡ ପୁଲିସ ମହାନିର୍ଦ୍ଦେଶକ ସୂଚନା ଦେଇଛି । ଶନିବାର ଦିନ ତପୋବନର ପରିଯୋଜନା ବ୍ୟାରେଜ ନିକଟ ଆବର୍ଜନା ଟ୍ୟାଙ୍କ ଭିତରୁ ଏହି ମୃତଦେହଗୁଡିକୁ ଏସଡିଆରଏଫ ଯବାନମାନେ ଉଦ୍ଧାର କରିଛନ୍ତି । ଫଲରେ ଏହାକୁ ମିଶାଇ ଗତ ୭ ତାରିଖରେ ହୋଇଥିବା ହିମସ୍ଖଳନ ଓ ପରେ ଜଳପ୍ରଳୟ ଯୋଗଁ ହୋଇଥିବା ମୃତ୍ୟୁ ସଂଖ୍ୟା ୬୭ରେ ପହଁଚିଛି । ସେପଟେ ଚମୋଲିରେ ପ୍ରବାହିତ ଧଉଳିଗଙ୍ଗା ନଦୀରେ ଗୋଟିଏ ମାପଦଣ୍ଡ ବସାଇବା ଲାଗି ଏନଡିଆରଏଫ୍ କର୍ମଚାରୀମାନ ପାହାଡ ଉପରକୁ ଯାଇଛନ୍ତି । ଏନ୍ଡିଆର୍ଏଫ୍ର ଡେପୁଟି କମାଣ୍ଡାଣ୍ଟ କହିଛନ୍ତି, ନଦୀରେ ଜଳପତ୍ତନ ବୃଦ୍ଧି ପାଇବାର ସମ୍ଭାବନା ଅଛି । ଏହାର ଗଭୀରତା ଏବଂ ଜଳସ୍ତର ମାପିବା ଲାଗି ଆମେ ଗୋଟାଏ ମାପଦଣ୍ଡ ବସାଉଛୁ । ଅନ୍ୟପଟେ ଚମୋଲିର ଉଚ୍ଚଭାଗରେ ସୃଷ୍ଟି ହୋଇଥିବା ହ୍ରଦର ସର୍ବେକ୍ଷଣ ପରେ ଆଇଟିବିପି ଏବଂ ଡିଆର୍ଡିଓ ଟିମ୍ ଯୋଶୀମଠକୁ ଫେରି ଆସିଛନ୍ତି । ଟନେଲ ମଧ୍ୟରେ ବିପୁଳ ପରିମାଣରର ଭଙ୍ଗାରୁଜା ଅଶଂ ଏବଂ କଦୁଅ ଜମି ରହିଥିବାରୁ ଉଦ୍ଧାର ଅଭିଯାନ ଆହୁରି ଅନେକ ଦିନ ଧରି ଚାଲିପାରେ । ଜରୁରୀ ପରିସ୍ଥିତ ବେଳେ ସତର୍କ ସୂଚନା ପାଇଁ ରେନି ଗାଁରେ ଏକ ୱାଟର ସେନ୍ସର ୱାର୍ଣ୍ଣିଂ ସିଷ୍ଟମ ଲଗାଯାଇଥିବା ନେଇ ଏସ୍ଡିଆଏର୍ଫ୍ କହିଛି । ସୂଚନାଯୋଗ୍ୟ ଯେ, ଗତ ୭ ତରିଖରେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ତପୋବଦ-ରେନି ଅଞ୍ଚଳରେ ହିମସ୍ଖଳନ ହୋଇଥିଲା । ବିରାଟ ବଡ ବରଫଖଣ୍ଡ ଧସିଯିବା ଧଉଳିଗଙ୍ଗା ଏବଂ ଅଳକାନନ୍ଦା ନଦୀରେ ପ୍ରଳୟଙ୍କାରୀ ବନ୍ୟା ଆସିଥିଲା । ଫଳରେ ରେନି ଗାଁର ଅଧିକାଂଶ ଘରଦ୍ୱାର ନଷ୍ଟ ହେବା ସହ ଋଷିଗଙ୍ଗା ଜଳବିଦ୍ୟୁତ ପ୍ରକଳ୍ପ ମଧ୍ୟ ନଷ୍ଟ ହୋଇଯାଇଥିଲା । ସେପଟେ ପାଣି ମାଡରେ ଜଳ ବିଦ୍ୟୁତ ପ୍ରକଳ୍ପରେ କାମ କରୁଥିବା ଶତାଧିକ ଶ୍ରମିକ ଭାସି ଯାଇଥିଲେ । ବର୍ତ୍ତମାନ ଏହି ଜଳ ପ୍ରଳୟ ଯୋଗୁଁ ମୋଟ ୬୭ ଜଣଙ୍କ ମୃତ୍ୟୁ ହୋଇଛି । ଏବେବି ଆହୁରି ୧୩୭ ଜଣ ନିଖୋଜ ଅଛନ୍ତି । ଏସଡିଆରଏଫ ଯବାନମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Leave A Reply

Your email address will not be published.