ଜଗନ୍ନାଥଙ୍କ ଶରଣରେ ମମତା ବାନାର୍ଜୀ

0 76

କୋଲକାତା: ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ଘରେ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଛନ୍ତି । ମମତା ତାଙ୍କ କାଳିଘାଟ ବାସଭବନରେ ଘଗବାନ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରିଥିବା ଜଣାପଡ଼ିଛି । ମମତା ବାନାର୍ଜୀ ଏ ନେଇ ତାଙ୍କ ସୋଶାଲ ମିଡିଆ ପୋଷ୍ଟରେ ପୂଜାର୍ଚ୍ଚନାର ଏକ କ୍ଲିପ ଶେୟାର କରିଛନ୍ତି । ଏହି ପୂଜା ସମୟରେ ପୁରୀ ଜଗନ୍ନାଥ ମନ୍ଦିରର ସେବାୟତ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗରେ ନିର୍ବାଚନ ଏଥର ମମତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ । ମମତାଙ୍କ ଦଳରୁ ଗୋଟିଏ ଗୋଟିଏ ନେତା ବିଜେପି ମୁହାଁ ହୋଇଛନ୍ତି । ଅନ୍ୟପଟେ ସାଧାରଣ ନିର୍ବାଚନ ବେଳେ ୧୮ ସାଂସଦ ବିଜୟୀ ହେବାରେ ସଫଳ ହୋଇଥିବା ବିଜେପି ଚଳିତଥର ରାଜ୍ୟରେ ସରକାର ଗଢ଼ିବ ବୋଲି ହୁଙ୍କାର ଭରିଛି । ସେହିପରି ରାଜ୍ୟରେ ସିବିଆଇ ଏବଂ ଇଡି ମଧ୍ୟ କୋଇଲା ଦୁର୍ନୀତି ପ୍ରସଙ୍ଗରେ ଟିଏମସି ନେତାଙ୍କ ଘରେ ରେଡ୍ କରିଛି । ଯାହାକି ମମତାଙ୍କ ଭାବମୂର୍ତ୍ତିକୁ ମଳିନ କରିଛି ।

Leave A Reply

Your email address will not be published.